Odisha Link
Bridging the Missing Links in Odisha

ବେଦିକ୍‌ ପେଣ୍ଟ୍: ଗାଈ ଗୋବରରୁ ରଙ୍ଗ ପ୍ରସ୍ତୁତ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରାଚୀନ କାଳରୁ ଗାଇ ଗୋବରକୁ ଭାରତୀୟମାନେ ପବିତ୍ର ବୋଲି ବିବେଚନା କରିଆସୁଛନ୍ତି। ଗୋବର ଘର କାନ୍ଥ ଓ ଚଟାଣ ଲିପିବାରେ ବ୍ୟବହାର ହୋଇଥାଏ। ତେବେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏଥିରୁ ରଙ୍ଗ ପ୍ରସ୍ତୁତି ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଖୁବ୍‌ ଶୀଘ୍ର ଗୋବରରୁ ପ୍ରସ୍ତୁତ ବେଦିକ୍‌ ପେଣ୍ଟ୍‌ ବଜାରରେ ଉପଲବ୍ଧ ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ର କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନୀତୀନ ଗଡ଼କାରି ଗୋବରରୁ ପ୍ରସ୍ତୁତ ଘର ରଙ୍ଗ ବାବଦରେ ସୂଚନା ଦେଇଛନ୍ତି। ଖୁବ୍‌ ଶୀଘ୍ର ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ ପକ୍ଷରୁ ‘ବେଦିକ୍‌ ପେଣ୍ଟ୍’ ନାମରେ ଏହି ରଙ୍ଗ ବଜାରକୁ ଆସିବ ବୋଲି ଗଡ଼କରି ଟୁଇଟ୍‌ ମାଧ୍ୟମରେ କହିଛନ୍ତି। ଏହା ଦ୍ବାରା ଗ୍ରାମୀଣ ଅର୍ଥନୀତି ବଳ ପାଇବା ସହ କୃଷକଙ୍କ ଆୟ ବଢ଼ିବ ବୋଲି ଗଡ଼କରି କହିଛନ୍ତି।

Comments are closed.