Odisha Link
Bridging the Missing Links in Odisha

SDJM କୋର୍ଟରେ ଅନୁଭବ

କଟକ: କଟକ ଏସଡିଜେଏମ କୋର୍ଟରେ ସାଂସଦ ଅନୁଭବ ମହାନ୍ତି। ପାରିବାରିକ ହିଂସା ମାମଲାରେ ଅନୁଭବ କୋର୍ଟରେ ପହଞ୍ଚିଛନ୍ତି। ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କ ପକ୍ଷରୁ ଦାୟର ମାମଲାରେ ଅନୁଭବ କୋର୍ଟରେ ପହଞ୍ଚିଛନ୍ତି। ଅନୁଭବଙ୍କ ପକ୍ଷରୁ ଓକିଲଙ୍କ ଜରିଆରେ କୋର୍ଟରେ ଜବାବ ଦାଖଲ କରାଯାଇଛି।

ସୂଚନାଯୋଗ୍ୟ, ଓଲିଉଡର ଏହି ଷ୍ଟାର ଦମ୍ପତ୍ତିଙ୍କ ଛାଡପତ୍ରକୁ ନେଇ ବର୍ଷା କଟକ ସ୍ଥିତ ଦୌରାଜଜଙ୍କ ନିକଟରେ ମାମଲା ରୁଜୁ କରିଥିଲେ। ଏହାପରେ ଅନୁଭବ ଦିଲ୍ଲୀସ୍ଥିତ ପଟିଆଲା ହାଉସ କୋର୍ଟରେ ମାମଲା ଦାୟର କରିଥିବା ଜଣାପଡିଥିଲା। ସୋସିଆଲ ମିଡିଆରେ ଉଭୟ ପରସ୍ପର ପ୍ରତି ବୟାନ ଦେଉଥିଲେ।

ବର୍ଷା ଏବଂ ସେ ସ୍ୱାମୀ ସ୍ତ୍ରୀ ପରି ଚଳୁନଥିବା ନେଇ ଅନୁଭବ ଅଭିଯୋଗ କରିଥିଲେ। ସେହିପରି ଅନୁଭବ ମଦ ପିଇ ତାଙ୍କୁ ମାଡ ମାରିବା ସହିତ ନିର୍ଯାତନା ଦେଉଥିଲେ ବୋଲି ବର୍ଷା ଅଭିଯୋଗ କରିଥିଲେ। ଏହାପରେ ସର୍ବୋଚ୍ଚ କୋର୍ଟଙ୍କ ତତ୍ତ୍ୱାବଧାନରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନର ପ୍ରୟାସ କରାଯାଇଥିଲା।

Comments are closed.