Odisha Link
Bridging the Missing Links in Odisha

ମାଆ ହେବେ ନେହା: ସୋସିଆଲ ମିଡିଆରେ ସେୟାର କଲେ ବେବି ବମ୍ପ୍ ଫଟୋ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ତଥା ଲୋକପ୍ରିୟ ସିଙ୍ଗର ନେହା କକ୍କର ନିଜ ପ୍ରଶଂସକଙ୍କୁ ଦେଇଛନ୍ତି ଖୁସି ଖବର। ନେହା ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି। ରୋହନ ପ୍ରୀତଙ୍କ ସହ କ୍ୟୁଟ୍‌ ବେବି ବମ୍ପ ଫଟୋ ସେୟାର କରି ନେହା ଏ ବିଷୟରେ ସୂଚନା ଦେଇଛନ୍ତି।

ଫଟୋରେ ନେହା ବ୍ଲ୍ୟୁ ଡେନିମ୍ ଡଙ୍ଗରୀରେ ନଜର ଆସୁଛନ୍ତି। ଏହି ଫଟୋରେ ସେ ନିଜ ବେବି ବମ୍ପ୍ ଫ୍ଲଣ୍ଟ୍ କରୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରି ନେହା କ୍ୟାପସନରେ ଲେଖିଛନ୍ତି ‘#khayarakhyakar#

ନେହାଙ୍କ ଗର୍ଭାବସ୍ଥା ଖବରକୁ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଗତ ୨ମାସ ତଳେ ନେହା ରୋହନପ୍ରୀତଙ୍କୁ ବିବାହ କରିଛନ୍ତି। ପ୍ରଥମେ ହଠାତ୍ ବିବାହ ଘୋଷଣା କରି ନେହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଏବେ ଗର୍ଭବତୀ ଥିବାର ଘୋଷଣା କରି ସେ ଆହୁରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ନେହା କକ୍କର ଅକ୍ଟୋବର ୨୪ରେ ରୋହନପ୍ରୀତଙ୍କ ସହ ବିବାହ କରିଥିଲେ।

 

Comments are closed.