Odisha Link
Bridging the Missing Links in Odisha

ପୁଣି ଅନଲାଇନ୍‌ରେ ମହାପ୍ରସାଦ ବିକ୍ରି, ସିଂହଦ୍ବାର ଥାନାରେ ଏତଲା

ପୁରୀ: ପୁଣି ଅନଲାଇନ୍‌ରେ ମହାପ୍ରସାଦ ବିକ୍ରି ଅଭିଯୋଗ। ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିକୁ ମିଳିପାରୁ ନାହିଁ ସୁରକ୍ଷା। ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟିଏ ପରେ ଗୋଟିଏ ସଂସ୍ଥା। କିଏ ନିର୍ମାଲ୍ୟ ବିକ୍ରି କଲାଣି ତ କିଏ କମ୍ବୋ ପ୍ୟାକ୍‌ରେ ମହାପ୍ରସାଦ ବିକ୍ରି କରୁଛି।

ହାଇଦ୍ରାବାଦର ସେଲ୍‌ଭାଇ ଅନଲାଇନ କମ୍ପାନୀ କମ୍ବୋ ପ୍ୟାକ୍‌ରେ ମହାପ୍ରସାଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ମହାପ୍ରଭୁଙ୍କ ସମସ୍ତ ଶୁଖୁଲି ଭୋଗ ସହ ନିର୍ମାଲ୍ୟ ଏହି କମ୍ବୋ ପ୍ୟାକରେ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହୋଇଛି। ​ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରିକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସେବାୟତଙ୍କ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି।

ପୂର୍ବରୁ ପିଣ୍ଟରେଷ୍ଟ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଜଣା ପଡିବା ପରେ ସିଂହଦ୍ବାର ଥାନାରେ ଏନେଇ ଏତଲା ରୁଜୁ ହୋଇଥିଲା। ସେହିପରି ଆମାଜନରେ ମଧ୍ୟ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା।

Comments are closed.