Odisha Link
Bridging the Missing Links in Odisha

ଶହେ ଟଙ୍କାରେ ପୁରୀରେ ହେବ ରହଣି ବ୍ୟବସ୍ଥା

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତମାନଙ୍କ ଲାଗି ଖୁସି ଖବର। ଏଥର ଶହେରୁ ଦେଢ଼ ଶହ ଟଙ୍କା ମଧ୍ୟରେ ପୁରୀରେ ରାତ୍ରିଯାପନ କରିହେବ ଭକ୍ତ। ସାଧାରଣ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ପୁରୀରେ ରହଣି ପାଇଁ ଭକ୍ତ ନିବାସ ନିର୍ମିତ ହେବ ବୋଲି ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ କ୍ରିଷନ କୁମାର।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଇତିମଧ୍ୟରେ ଭକ୍ତ ନିବାସ ପାଇଁ ବାସେଳୀ ସାହି ଥାନା ନିକଟରେ ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି। ଏହି ଭକ୍ତ ନିବାସରେ ୩ରୁ ୪ ହଜାର ଲୋକଙ୍କର ରହଣି ବ୍ୟବସ୍ଥା ରହିବ ଏବଂ ଶଯ୍ୟା ପିଛା ମାତ୍ର ଶହେରୁ ଦେଢ଼ ଶହ ଦେୟ ଦେବାକୁ ପଡ଼ିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ପ୍ରକାଶ ଯେ, ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଥିଲେ। ଶ୍ରୀମନ୍ଦିର ସମେତ ଜିଲ୍ଲାର ଅନ୍ୟ ସମସ୍ତ ର୍ଧମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

Comments are closed.