Odisha Link
Bridging the Missing Links in Odisha

୩ରେ ଖୋଲିବ ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ଥିବା ସମସ୍ତ ମନ୍ଦିର ଖୋଲିବାକୁ ଯାଉଛି। ଏହା ସହିତ ଜାନୁଆରୀ ୩ରେ ବି ଖୋଲିବାକୁ ଯାଉଛି ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଇଙ୍କ ମନ୍ଦିର। ଏନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

ପ୍ରକାଶ ଯେ, ମନ୍ଦିର ଖୋଲିବା ନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେଉଛି। ମନ୍ଦିର ଖୋଲିବା ପରେ ପ୍ରଥମ ୫ଦିନ ସମ୍ବଲପୁର ସହରବାସୀଙ୍କୁ ଦର୍ଶନ ସୁଯୋଗ ଦିଆଯିବ। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଭକ୍ତ ମା’ଙ୍କ ଦର୍ଶନ ସୁଯୋଗ ପାଇବେ ବୋଲି ଜଣାପଡିଛି।

Comments are closed.