Odisha Link
Bridging the Missing Links in Odisha

ଶାହାଙ୍କ ମିଶନ ବେଙ୍ଗଲ

ପଶ୍ଚିମବଙ୍ଗ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା। ନଡ୍ଡାଙ୍କ ଉପରେ ଆକ୍ରମଣ ହେବାର କିଛି ଦିନ ମଧ୍ୟରେ ଦିଦିଙ୍କ ଗଡରେ ପଶିଛନ୍ତି ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା। ସେ ଆଜି ପଶ୍ଚିମବଙ୍ଗ ମେଦିନପୁରରେ ଚାଷୀ ସଭାକୁ ସମ୍ବୋଧିତ କରିଛନ୍ତି । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ। ମିଶନ ଦୁଇ ଶହ ପ୍ଲସ ନାରା ଦେଇ ବିଜେପି ପଶ୍ଚିମବଙ୍ଗ ଦଖଲ ଅଭିଯାନ ଆରମ୍ଭ କରିଛି ।

ଆଜି ଗୃହମନ୍ତ୍ରୀ ଅମିତ୍ ଶାହ ବିବେକାନନ୍ଦଙ୍କ ପୈତୃକ ବାସଭବନ ରାମକୃଷ୍ଣ ମିଶନ ପରିଦର୍ଶନ କରିଛନ୍ତି। ଏହା ପରେ ମହାମାୟା ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ବଡ଼ କଥା ହେଉଛି ଟିଏମସିର ଅନ୍ୟତମ ଶିର୍ଷନେତା ଶୁଭେନ୍ଦୁ ଅଧିକାରୀ ଓ ସାଂସଦ ସୁନିଲ ମଣ୍ଡଳ ଆଜି ଅମିତ୍ ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ଗତ ୨୭ ତାରିଖରେ ଶୁଭେନ୍ଦୁ ମମତାଙ୍କ କ୍ୟାବିନେଟରୁ ଇସ୍ତଫା ଦେବାପରେ ଡ଼ିସେମ୍ବର ୧୬ ତାରିଖରେ ଦଳରୁ ଇସ୍ତଫା ଦେଇଥିଲେ। ଏହାରି ଭିତରେ ଏକାଧିକ ଟିଏମସି ନେତା ଦଳ ଛାଡ଼ି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ବଢୁଛି । ଗତକାଲି ଦୁଇଜଣ ଟିଏମସି ବିଧାୟକ ଦଳ ଛାଡ଼ିଛନ୍ତି।

ସେପଟେ ବିଜେପି ପରେ ଏବେ କଂଗ୍ରେସ , ସିପିଆଇ ଓ ସିପିଆଇ (ଏମ) ର ଅନେକ ବରିଷ୍ଠ ନେତା ଓ ବିଧାୟକ ମାନେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ହେଲେ ଆଜି ଯେଭଳି ଭାବେ ମମତାଙ୍କ ହାତ ଛାଡି ଶୁଭେନ୍ଦୁ ଓ ସୁନିଲ ବିଜେପିରେ ଯୋଗଦେଲେ ତାହା ମମତାଙ୍କ ପାଇଁ ଭାରିପଡିବ। କାରଣ ମେଦିନାପୁର ଅଞ୍ଚଳରେ ଶୁଭେନ୍ଦୁ ଜଣେ ବେସ୍ ଲୋକପ୍ରିୟ ନେତା ହୋଇଥିବା ବେଳେ ତାଙ୍କ ନିୟନ୍ତ୍ରଣରେ ୫୦ ଜଣ ବିଧାୟକ ରହିଛନ୍ତି ।

Comments are closed.