Odisha Link
Bridging the Missing Links in Odisha

ବଣ୍ଡା ଘାଟିରେ ଓଲଟିଲା କମାଣ୍ଡର : ୪ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ଏକ କମାଣ୍ଡରଟି ସଡ଼କ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧା କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପ୍ରକାଶ ଯେ, ଭାରସାମ୍ୟ ହରାଇ କମାଣ୍ଡରଟି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପ୍ରସୂତି ଥିବା ସୂଚନା ମିଳିଛି।

ଦୁର୍ଘଟଣାରେ ପ୍ରସୂତିଙ୍କ ଗୋଡ଼ କଟିଯାଇଥିବାର ସୂଚନା ରହିଛି। ପ୍ରସୂତିଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି। ସେହିପରି ଦୁର୍ଘଟଣାରେ ଅନ୍ୟ ଗୁରୁତରଙ୍କୁ ଖଇରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

Comments are closed.