Odisha Link
Bridging the Missing Links in Odisha

୧୨ ଜୁଆ ଖେଳିଳା ଗିରଫ

ରାଉରକେଲା: ରାଉରକେଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ସମସ୍ତ ଜୁଆଡ୍ଡିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୨ ଲକ୍ଷରୁ ଅଧିକ ଟଙ୍କା, କାର୍‌, ୧୫ ମୋବାଇଲ୍‌ ଜବତ ହୋଇଛି।

ପ୍ରକାଶ ଯେ, ଷ୍ଟେସନ ନିକଟର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡ ଚାଲିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ପୁଲିସ ଖବର ପାଇବା ମାତ୍ରେ ଆକ୍ସନମୋଡ଼ରେ ଆସିଯାଇଥିଲା। ତୁରନ୍ତ ଏକ ହୋଟେଲରେ ଚଢାଉ କରି ୧୨ଜଣ ଜୁଆଡ୍ଡିଙ୍କୁ ଗିରଫ କରିଛି।

ଏହାସହ ୧୨ଲକ୍ଷ ୨୭ହଜାର ୫୦୦ ନଗଦ ଟଙ୍କା , ଦୁଇଟି କାର , ୧୫ଟି ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ତେବେ ଗିରଫ ହୋଇଥିବା ବ୍ୟକ୍ତିମାନେ ବିରାମିତ୍ରପୁର, କାଁସବାହଲ ସହ ରାଉରକେଲା ଅଂଚଳର ପ୍ରତିଷ୍ଠିତ ବ୍ୟବସାୟୀ ଥିବା ସୂଚନା ରହିଛି। ତେବେ ଗିରଫ ୧୨ ଜଣଙ୍କ ମଧ୍ୟରୁ ପ୍ରତିଷ୍ଠିତ ବ୍ୟବସାୟୀ ନଗର ଅଗ୍ରୱାଲ ପୂର୍ବରୁ ଜୁଆ ଖେଳରେ ଗିରଫ ହୋଇ ଜାମିନରେ ଆସିଥିଲେ।

Comments are closed.