Odisha Link
Bridging the Missing Links in Odisha

କୈଳାଶ: ସ୍ବାମୀ ନିତ୍ୟାନନ୍ଦଙ୍କ ନୂଆ ଦେଶ ପାଇଁ ଭିସା ଓ ମାଗଣା ବିମାନ ସେବା

ନୂଆଦିଲ୍ଲୀ: ବିବାଦୀୟ ଧର୍ମଗୁରୁ ସ୍ବାମୀ ନିତ୍ୟାନନ୍ଦ ପୁଣି ଥରେ ଚର୍ଚ୍ଚାରେ। ଦୁଷ୍କର୍ମ ମାମଲାରେ ଗିରଫଦାରିରୁ ବର୍ତ୍ତିବା ପାଇଁ ୨୦୧୯ରେ ଭାରତରୁ ପଳାୟନ କରିଥିବା ବିବାଦୀୟ ଧର୍ମଗୁରୁ ସ୍ୱାମୀ ନିତ୍ୟାନନ୍ଦଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା।

୨୦୧୯ରୁ ଭାରତ ଛାଡ଼ି ପଳାଇଥିବା ନିତ୍ୟାନନ୍ଦ ‘କୈଳାଶ’ ନାମକ ଏକ ନୂଆ ଦେଶ ପ୍ରତିଷ୍ଠା କରିଥିଲେ। ଯାହାକୁ ନେଇ ସବୁଠି ଚର୍ଚ୍ଚାରେ ଥିଲେ ନିତ୍ୟାନନ୍ଦ। ଏବେ ନିକଟରେ ସେ ଘୋଷଣା କରିଛନ୍ତି ଯେ, ପର୍ଯ୍ୟଟକ ମାନେ ଚାହିଁ କୈଳାସ ଯାଇପାରିବେ। ଏଥିପାଇଁ ତାଙ୍କ ଦେଶ ଦ୍ବାରା ଭିସା ଜାରି କରାଯିବ ସହିତ ମାଗଣା ବିମାନ ସେବା ଯୋଗାଇ ଦିଆଯିବ ବୋଲି ନିତ୍ୟାନନ୍ଦ କହିଛନ୍ତି।

ନିଜ ଫେସବୁକ୍‌ ପେଜରେ ଏକ ଭିଡିଓ ବାର୍ତ୍ତା ଦେଇ ସେ କହିଛନ୍ତି ଯେ ଯେଉଁମାନେ କୈଳାଶକୁ ଯିବାକୁ ଆଗ୍ରହୀ ସେମାନଙ୍କୁ ପ୍ରଥମେ ନିଜ ଖର୍ଚ୍ଚରେ ଅଷ୍ଟ୍ରେଲିଆ ଯିବାକୁ ପଡିବ ଏବଂ ତା’ ପରେ ସେଠାରୁ ଏକ ଘରୋଇ ବିମାନରେ ସେମାନେ କୈଳାସକୁ ଯାଇପାରିବେ। ତେବେ ଅଷ୍ଟ୍ରେଲିଆରୁ କୈଳାସକୁ ଯିବାଆସିବା ଖର୍ଚ୍ଚ ତାଙ୍କ ସଂସ୍ଥା ବହନ କରିବ। ଉକ୍ତ ଘରୋଇ ବିମାନର ନାମ ‘ଗରୁଡ’ ରଖାଯାଇଛି।

ଏଥିସହିତ ସେ ଆହୁରି କହିଛନ୍ତି ଯେ, କୈଳାଶ ଦେଶକୁ ଯାଉଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ମାଗଣା ଖାଇବା ଓ ରହିବା ବ୍ୟବସ୍ଥା କରାଯିବ। ତେବେ କୈଳାସରେ ତିନି ଦିନରୁ ଅଧିକ ସମୟ ରହିବା ପାଇଁ କେହି ନିବେଦନ ନକରିବାକୁ ସେ ଆଗ୍ରହ କରିଛନ୍ତି। ସେ କହିଛନ୍ତି କି ତାଙ୍କ ଦେଶରେ ଏବେ ପର୍ଯ୍ୟଟକମାନେ ଏବେ କେବଳ ତିନି ଦିନ ରହିପାରିବେ ବୋଲି ବ୍ୟବସ୍ଥା କରାଯାଇଛି।

ସୂଚନାଥାଉକି, ଦୁଷ୍କର୍ମ ଓ ବିଭିନ୍ନ ଅପହରଣ ମାମଲାରେ ଗିରଫ ହେବାର ଆଶଙ୍କା ରଖି ନିତ୍ୟାନନ୍ଦ ଦେଶ ଛାଡ଼ି ପଳାଇଥିଲେ। ପରେ ସେ ଏକ ଦ୍ୱୀପରେ କୈଳାଶ ନାମରେ ଏକ ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା କରିଥିବାର ସୂଚନା ଦେଇଥିଲେ। ତେବେ ଏହି ଦେଶର ଅବସ୍ଥିତି ସମ୍ପର୍କରେ ବି କାହାକୁ ଏଯାଏଁ କିଛି ଜଣାନାହିଁ।

Comments are closed.