ଦେଶରେ କରୋନା: ୨୫ ହଜାର ୧୫୨ ଚିହ୍ନଟ

ନୂଆଦିଲ୍ଲୀ: ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫ ହଜାର ୧୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪ ହଜାର ୫୯୯କୁ ବୃଦ୍ଧି ପାଇଛି।
ତେବେ ଦେଶରେ ୩୪୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ବରଣ କରିଛନ୍ତି। ଫଳରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୧୩୬କୁ ବୃଦ୍ଧି ପାଇଛି। ତେବେ ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା କୋଟିଏ ଟପିଥିବା ଜଣାପଡ଼ିଛି। ମୋଟ ଆକ୍ଟିଭ କେସ ୩ ଲକ୍ଷ ୮ ହଜାର ୭୫୧ ଥିବାବେଳେ ସୁସ୍ଥ ସଂଖ୍ୟା ୯୫ ଲକ୍ଷ ୫୦ ହଜାର ୭୧୨ ରହିଛି ।
Comments are closed.