Odisha Link
Bridging the Missing Links in Odisha

ଖଳନାୟକରୁ ନାୟକ ସାଜିବେ ସୋନୁ

ମୁମ୍ବାଇ: ଖଳନାୟକରୁ ନାୟକ ସାଜିବେ ଅଭିନେତା ସୋନୁ ସୁଦ୍। କରୋନା ସଂକଟ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ରାଅଲ୍‌ ହିରୋ ସାଜିଥିବା ଅଭିନେତା ସୋନୁ ସୁଦ୍‌ ଏବେ ଚଳଚ୍ଚିତ୍ରରେ ବି ହିରୋ ଭୂମିକାରେ ଅଭିନୟ କରିବେ। ଏନେଇ ସୋନୁଙ୍କ ପାଖରେ ଏବେ ଅଫର୍‌ର ବର୍ଷା।

ଏକଦା କେବଳ ଖଳନାୟକ ଭୂମିକା ପାଇଁ ଚଳଚ୍ଚିତ୍ର ନିର୍ମାତାମାନେ ସୋନୁଙ୍କୁ ସାଇନ୍‌ କରୁଥିବା ବେଳେ ଏବେ ସମସ୍ତ ପ୍ରକାର ଭୂମିକା ନେଇ ତାଙ୍କ ପାଖକୁ ଆସୁଛନ୍ତି। ସୋନୁଙ୍କ ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଥିବାରୁ ଏବେ ତାଙ୍କ ପାଖରେ ୪ରୁ ୫ଟି ଭଲ ଚଳଚ୍ଚିତ୍ର ରହିଛି। ଏହି ସବୁ ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏନେଇ ନିଜେ ସୋନୁ ଏକ ସାକ୍ଷାତକାରରେ କହିଛନ୍ତି।

ସୋନୁ ଏ ସଂପର୍କରେ କହିଛନ୍ତି, ୨୦୨୦ ମୋ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ବଦଳାଇ ଦେଇଛି। ଯେଉଁ ଅଭିନେତାକୁ ଲୋକେ କେବଳ ଖଳନାୟକ ବୋଲି ଜାଣିଥିଲେ। ଏବେ ସେମାନେ ପ୍ରକୃତ ଜୀବନରେ ହିରୋ ସଜାଇ ଦେଇଛନ୍ତି। ସୂଚନାଯୋଗ୍ୟ, ‘ସିମ୍ବା’, ‘ଆର୍‌. ରାଜକୁମାର’, ‘ଅରୁନ୍ଧତୀ’ ଭଳି ଫିଲ୍ମରେ ସୋନୁ ଖଳନାୟକ ଭୂମିକାରେ ନଜର ଆସିଥିଲେ। ଏକ ନୂଆ ଆରମ୍ଭ ଏବଂ ଆଗକୁ ନୂଆ ଚରିତ୍ରରେ ଅଭିନୟ କରିବାକୁ ବେଶ୍‌ ଭଲ ଲାଗିବ ବୋଲି ସୋନୁ କହିଛନ୍ତି।

Comments are closed.