Odisha Link
Bridging the Missing Links in Odisha

ସକାଳ ୭.୩୦ରୁ ଜଗା ଦର୍ଶନ: ଜିଲ୍ଲାପାଳ

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ପ୍ରସ୍ତୁତି ନେଇ ଜିଲ୍ଲାପାଳ ବଲଓ୍ବନ୍ତ ସିଂହଙ୍କ ସୂଚନା। ସୂଚନା ମୁତାବକ, ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟଙ୍କ ପରିବାର ଦର୍ଶନ କରିବେ। ୨୬ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ଦର୍ଶନର ସୁଯୋଗ ମିଳିବ।

ପୁରୀ ସହରବାସୀଙ୍କୁ ଦର୍ଶନ ପାଇଁ ଓ୍ବାର୍ଡଓ୍ବାରୀ ବ୍ୟବସ୍ଥା କରାଯିବ। ଲୋକସଂଖ୍ୟା ଦେଖି କେଉଁଦିନ କେଉଁ ଓ୍ବାର୍ଡ ନିର୍ଦ୍ଧାରଣ ହେବ। ଯେଉଁ ଓ୍ବାର୍ଡ ଯେଉଁଦିନ କରିବେ, ସେମାନଙ୍କୁ ଟୋକନ ମିଳିବ। ଦୈନିକ ୪ ଘଣ୍ଟା ଦର୍ଶନ ସୁଯୋଗ ଦିଆଯିବ। ଆଧାର କାର୍ଡ ଏବଂ ଟୋକନ ଦେଖାଇବା ପରେ ପ୍ରବେଶ ଅନୁମତି ମିଳିବ।

୩ ତାରିଖରୁ ସାଧାରଣ ଦର୍ଶନାର୍ଥୀଙ୍କୁ ଦର୍ଶନ ଅନୁମତି ମିଳିବ। ସକାଳ ୭.୩୦ ରୁ ରାତି ପହୁଡ ଯାଏଁ ଦର୍ଶନ ପାଇଁ ଦର୍ଶନ ସୁଯୋଗ ମିଳିବ। ଦର୍ଶନ ପାଇଁ ଆସୁଥିବା ଲୋକେ କୋଭିଡ୍‌ ନେଗେଟିଭ୍‌ ଦେଖାଇବା ଜରୁରୀ।

Comments are closed.