Odisha Link
Bridging the Missing Links in Odisha

ଏନସିବି କାର୍ଯ୍ୟାଳୟରେ ହାଜର ହେଲେ ଅଭିନେତା ଅର୍ଜୁନ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଲିଉଡ଼ରେ ଡ୍ରଗ୍ସ ଲିଙ୍କର ଖୁରାଖ ମିଳିଥିଲା। ଏଥିରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ଲିଙ୍କ ଥିବା ସୂଚନା ମିଳିଥିଲା।

ଏନସିବି ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲଙ୍କୁ ଡିସେମ୍ବର ୧୬ ପୂର୍ବରୁ ଏନସିବି କାର୍ଯ୍ୟଳୟରେ ପହଞ୍ଚିବାକୁ କୁହଯାଇଥିଲା। ସେ ନିଜର ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଆଉ କିଛି ଦିନ ସମୟ ମାଗିଥିଲେ।  ତେବେ ଅଜୁର୍ନ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଚରାଉଚରା ପାଇଁ ଏଜେନ୍ସି ସମ୍ମୁଖରେ ହାଜର ହୋଇଛନ୍ତି।

ଏହାପୂର୍ବରୁ, ଏନସିବି ନଭେମ୍ବର ୧୩ ତାରିଖରେ ରାମପାଲଙ୍କୁ ପ୍ରାୟ ସାତ ଘଣ୍ଟା ପଚରାଉଚରା କରିଥିଲା। ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ତାଙ୍କ ଅଷ୍ଟ୍ରେଲୀୟ ବନ୍ଧୁ ପଲ୍ ବାର୍ଟେଲଙ୍କୁ ଗିରଫ କରାଯିବା ପରେ ଅର୍ଜୁନ ରାମପାଲଙ୍କୁ ଏନ୍‌ସିବିର ସାମ୍ନା କରିବାକୁ ପଡ଼ିଥିଲା।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୩ ରେ ଅର୍ଜୁନଙ୍କୁ ଏନସିବି ପଚରାଉଚରା କରିଥିଲା। ଅର୍ଜୁନଙ୍କ ବାନ୍ଧବୀ ଗାବ୍ରିଏଲା ଡେମେଟ୍ରିଏଡସ୍ ଙ୍କୁ ମଧ୍ୟ ଦୁଇ ଦିନ ପଚରାଉଚରା କରିଥିଲା ଏନସିବି।

ନଭେମ୍ବର ୯ ରେ ଅର୍ଜୁନଙ୍କ ଘରେ ଚଢ଼ଉ କରିବା ପରେ ଏନସିବି ଅଧିକାରୀମାନେ ଦୁହିଁଙ୍କୁ ପଚରାଉଚରା ପାଇଁ ଡକାଇଥିଲେ। ଏହା ସହ ଅର୍ଜୁନଙ୍କ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରି ଏନସିବି ଅଧିକାରୀମାନେ ପଚରାଉଚରା କରିଥିଲେ।

Comments are closed.