Odisha Link
Bridging the Missing Links in Odisha

ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଜିଲ୍ଲାପାଳଙ୍କୁ ଅତିରିକ୍ତ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଟିକାକରଣ ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରରେ ବ୍ୟବସ୍ଥା କରାଯିବ। ଏନେଇ କର୍ମଚାରୀଙ୍କୁ ଠିକ ଭାବେ ତାଲିମ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ନିଜେ ଉପସ୍ଥିତ ରହି ଟିକାକରଣ ପ୍ରସ୍ତୁତିକୁ ଅନଧ୍ୟାନ କରିବେ ଜିଲ୍ଲାପାଳ। ଟିକାକରଣ ପାଇଁ ସଂପୂର୍ଣ୍ଣ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ୟ୍ୟାୟରେ କେଉଁମାନେ ଟିକା ନେବେ। ତା’ର ଚୂଡ଼ାନ୍ତ ଡାଟାବେସ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କର ତାଲିକା ପ୍ରସ୍ତୁତ କରାଯାଇଛି।

ସେଥିରେ ଅଛନ୍ତି ୧ଲକ୍ଷ ୪୦ ହଜାର ଅଙ୍ଗନବାଡ଼ି କର୍ମୀ, ସହାୟିକା, ସୁପରଭାଇଜର ଓ ସିଡିପିଓ। ଟିକାକରଣ ପାଇଁ ୨୯ ହଜାର ୨୭୬ଟି କେନ୍ଦ୍ର ଚିହ୍ନଟ କରାଯାଇଛି। ୮୨୭୬ ଜଣ ଟିକାଦାନ କର୍ମୀ ନିୟୋଜିତ ହେବେ। ସବୁଠୁ ବଡ଼ କଥା ହେଉଛି, ଟିକା ମହଜୁଦ ରଖିବାକୁ କୋଲ୍ଡ ଚେନ୍ ବା ଶୀତଳ ଶୃଙ୍ଖଳ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତୁତି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏଥିପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ଟିକାକୁ ସୁରକ୍ଷିତ ଭାବେ ଗଚ୍ଛିତ ରଖିବା ପାଇଁ ମୋଟ ୧୨୨୨ କୋଲ୍ଡ ଚେନ୍ ପଏଣ୍ଟ କରାଯାଇଛି।

Comments are closed.