ପୀଡ଼ିତା ନ୍ୟାୟ ପାଉ: ଅରୁଣ

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଆଜି ମୁହଁ ଖୋଲିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ମନ୍ତ୍ରୀ କହିଛନ୍ତି ଯେ, ଭଗବାନ୍ ଓ ଓ ସମସ୍ତଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ପୀଡିତା ନ୍ୟାୟ ପାଉ। ପୀଡିତା ନ୍ୟାୟ ପାଇବା ସହ ସତ୍ୟ ଉନ୍ମୋଚିତ ହେଉ। ତେବେ ଗତ ଜୁଲାଇ ୧୪ ତାରିଖରେ ‘ପରୀ’ ନିଖୋଜ ହୋଇଥିଲା। ଜୁଲାଇ ୨୩ରେ ‘ପରୀ’ର ମୃତଦେହ ମିଳିଥିଲା। ଏହି ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରାଯାଇଛି ବୋଲି କହିଛନ୍ତି ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା।
ପ୍ରକାଶ ଯେ, ଯଦୁପୁର ଗାଁର ପରୀ ମୃତ୍ୟୁ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସ୍ଆଇଟି। ଅଭିଯୁକ୍ତର ନାମ ସରୋଜ ସେଠୀ। ସେହି ପରୀକୁ ହତ୍ୟା କରିଛି ବୋଲି ଗତକାଲି ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସ୍ମିଟ ଜରିଆରେ ସୂଚନା ଦେଇଥିଲେ। ଏସ୍ଆଇଟି ମୁଖ୍ୟ ପ୍ରେସ୍ମିଟ୍ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରୁ ରହସ୍ୟ ପରଦା ହଟାଇଥିଲେ। ଅଭିଯୁକ୍ତଙ୍କ ଜଣଙ୍କ ପରୀକୁ ତଣ୍ଟିଚିପି ହତ୍ୟା କରିଛି। ଏବେ ହତ୍ୟା ପରେ ମୃତଦେହ ଯୌନ ସଂପର୍କ ରଖିଥିଲା।
ପରେ ମୃତଦେହକୁ ଲୁଚାଇବା ପାଇଁ ନିକଟରେ ଥିବା ପୋଖରୀ ହୁଡ଼ାରେ ପକାଇଦେଇଥିଲା। ସ୍ଥାନୀୟ ଲୋକ କାଳେ ମୃତଦେହକୁ ଦେଖିଦେବେ, ସେଥିପାଇଁ ମୃତଦେହ ଉପରେ ନଡିଆ ବାହୁଙ୍ଗା ପକାଇଦେଇଥିଲେ। ଯାହାକୁ ଏସ୍ଆଇଟି ଜବତ କରିଛି। ତେବେ ଜବତ ହୋଇଥିବା ନଡିଆ ବାହୁଙ୍ଗାର ଜେନମ୍ ଟେଷ୍ଟ ପାଇଁ ଦିଲ୍ଲୀ ଓ ହାଇଦ୍ରାବାଦ ପଠାଯିବ।
ସେପଟେ ପରୀ ହତ୍ୟା ମାମଲାରେ ତଥ୍ୟ ଯୋଗାଡ ଯଦୁପୁର ଗ୍ରାମରେ ଥିବା ପୋଖରୀରୁ ପୂରା ଜଳ ନିଷ୍କାସନ ଚାଲିଛି। ମଙ୍ଗଳବାର ଦିନ ୪ ଫୁଟ୍ ଜଳ ନିଷ୍କାସନ କରାଯାଇଥିବା ବେଳେ ଆଜି ଆହୁରୀ ଜଳ ନିଷ୍କାସନ ଚାଲିଛି। ଆଜି ବି ଯଦୁପୁର ଗାଁରେ ଅଛନ୍ତି ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା।
ସେହିପରି ଅନ୍ୟପଟେ ଅଭିଯୁକ୍ତ ସରୋଜକୁ ଗିରଫ ପରେ ଏସ୍ଆଇଟି ନୟାଗଡ଼ ପକ୍ସୋ କୋର୍ଟରେ ହାଜର କରିଥିଲା। ସରୋଜକୁ ୧୭ ବର୍ଷ କୁହାଯାଉଥିବା ବେଳେ ଏସ୍ଆଇଟି କୋର୍ଟରେ ଡାକ୍ତରୀ ରିପୋର୍ଟ ଦାଖଲ କରିଛି। ଯେଉଁଥିରେ ସରୋଜକୁ ୧୮ବର୍ଷ ବୋଲି ସୂଚନା ମିଳିଛି। ଗତକାଲି ସରୋଜର ଜାମିନ୍ ପାଇଁ କେହି ଆବେଦନ କରି ନଥିଲେ। ଏସ୍ଆଇଟି ୬ ଦିନ ରିମାଣ୍ଡ୍ରେ ନେବାକୁ ଆବେଦନ କରିଥିବା ବେଳେ ୩ ଦିନ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।
Comments are closed.