Odisha Link
Bridging the Missing Links in Odisha

କାନ୍ଥରେ ଝଟକୁଛି ଓଡ଼ିଶାର କଳା ଓ ସଂସ୍କୃତି ଚିତ୍ର

ଯାଜପୁର: ନୂଆ ବୋହୁ ପରି ସଜେଇ ହୋଇଛି ଯାଜପୁର ଜିଲ୍ଲା ବ୍ୟାସନଗର ସହର। କାନ୍ଥରେ ଅଙ୍କାଯାଇଛି ଅନେକ ସୁନ୍ଦର ଚିତ୍ର। କେଉଁଠି ମହାପୁରୁଷଙ୍କ ଛବି ତ ଆଉ କଉଁଠି ଓଡ଼ିଶାର କଳା ସଂସ୍କୃତି, ସ୍ଥାପତ୍ୟ ଓ ଐତିହ୍ୟର ଗାଥା କହୁଛି କାନ୍ଥର ଚିତ୍ର।

ସବୁଠାରୁ ବଡ଼ କଥା ହେଉଛି ଏହି ଚିତ୍ରକଳାରେ ସ୍ୱଚ୍ଛତା ଓ ସେଚେତନତାର ବାର୍ତ୍ତା ଲୋକମାନଙ୍କୁ ଦିଆଯାଇଛି। ଚିତ୍ରକରଙ୍କ ରଙ୍ଗ ତୁଳିରେ ପୂରା ବଦଳି ଯାଇଛି ବ୍ୟାସନଗର ସହରର ଚିତ୍ର। ଆଉ ଏହାକୁ ଦେଖି ଖୁବ୍‌ ଆନନ୍ଦିତ ହେଉଛନ୍ତି ଲୋକେ।

Comments are closed.