Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଖୋଲୁ ଖୋଲୁ ଦୌଡ଼ିଲେ ବିହ୍ୱଳ ନାଗାବାବା

ପୁରୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଖୋଲିଛି ଶ୍ରୀମନ୍ଦିର। ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି କାଳିଆ ଦର୍ଶନ। ପୁରୀ ନିବାସୀଙ୍କ ପାଇଁ ମନ୍ଦିର ଖୋଲାଯାଇଛି। ପ୍ରଥମ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ହେଲେ ଏହାରି ଭିତରେ ଆସିଛି ଆଉ ଏକ ଖବର।

ଯେତେବେଳେ ଆଜି ଭୋର୍ ରୁ ଶ୍ରୀମନ୍ଦିର ଖୋଲିଲା ସେତେବେଳେ ଜଣେ ନାଗାବାବା ଭାବ ବିହ୍ୱଳ ହୋଇ ମନ୍ଦିର ଭିତରକୁ ଧାଇଁ ଯାଇଥିଲେ। ଆଉ ତା’ ପରେ କହିଲେ ମତେ ଲାଗିଲା ମୋତେ କାଳିଆ ଡ଼ାକୁଛି। ହେଲେ ସେତେବେଳକୁ ତାଙ୍କୁ ମନ୍ଦରି ସୁରକ୍ଷା କର୍ମଚାରୀ ଗୋଡ଼ାଇ ଗୋଡ଼ାଇ ଧରିଥିଲେ। ପରେ ନାଗାବାବା ଅସନ୍ତୁଷ୍ଟ ହୋଇ କହିଥିଲେ ଯେ, ଏ ଏକ ବ୍ୟାକୁଳତାର ଅନ୍ତ ହେଲା। ମହାପ୍ରଭୁ ଜଗନ୍ନାଥ ଭାବର ଠାକୁର ତାଙ୍କ ଇଚ୍ଛା ବିନା ପତ୍ର ବି ହଲେ ନାହିଁ। ବାଇଶି ପାହଚରେ ଦୌଡ଼ି ଦୌଡ଼ି ଯିବାକୁ ପଡ଼ିଥିଲା ପଛଆଡୁ ତାଙ୍କୁ ସୁରକ୍ଷା କର୍ମୀ ବିରୋଧ କରୁଥିଲେ ବି ତାଙ୍କର ଲକ୍ଷ୍ୟ ଥିଲା ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ।

ଏହା ସହିତ ନାଗା ବାବା ଆହୁରି ମଧ୍ୟ କହିଛନ୍ତି ଯେ, ଆମର ପୂଜନୀୟ ସେବାୟତ ମହନ୍ତ ହରିହର ପୁରୀ ମହାରାଜଙ୍କ ଅଣନାତି ଶିଷ୍ୟ ବୋଲି ସେ ପରିଚୟ ଦେଇଛନ୍ତି। ତାଙ୍କୁ ସେବାୟତ ଉପାଧି ମିଳିଛି ହେଲେ ଆଜି ପ୍ରଶାସନିକ ଅବହେଳା ଯୋଗୁଁ ପରିଚୟ ପତ୍ର ପ୍ରଦାନ କରାଯାଇ ନାହିଁ। ଲଙ୍ଗୁଳି ମଠରେ ଚବିଶ ଘଣ୍ଟା ଅତିବାତି କରିବା ସମୟରେ ସେ ସବୁବେଳ ମହାପ୍ରଭୁଙ୍କ ଧ୍ୟାନ କରୁଥିଲେ କେତେବେଳେ ଶ୍ରୀମନ୍ଦିର ଦୂଆର ଖୋଲା ହେବ ସେ ପ୍ରଭୁଙ୍କୁ ଦର୍ଶନ କରିବେ।

Comments are closed.