Odisha Link
Bridging the Missing Links in Odisha

ଶୀତରେ ଥରୁଛି ଓଡ଼ିଶା

ଭୁବନେଶ୍ବର: ଶୀତରେ ଥରହର ସାରା ଓଡ଼ିଶା। ଶୀତର ପ୍ରକୋପ ଏମିତି ଯେ ଚଳିତବର୍ଷ ପ୍ରଥମ ତୁଷାରପାତ ହୋଇଛି ଓଡ଼ିଶାରରେ। ଏହା ସହିତ କନ୍ଧମାଳ ଜିଲ୍ଲାରେ ପ୍ରବଳ ଥଣ୍ଡା ସାଙ୍ଗକୁ ତୁଷାରପାତ ହେଉଛି। ଲଗାତର ଦ୍ୱିତୀୟ ଦିନ ପାଇଁ ଆଜି ପୁଣି ତୁଷାରପାତ ହୋଇଛି।

ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ କିଛି ଲୋକେ ଶୀତକୁ ଉପଭୋଗ କରୁଛନ୍ତି। ତୁଷାରପାତକୁ ଦେଖିବା ପାଇଁ ଲୋକଙ୍କ ଭିଡ ହେଉଛି। ହେଲେ ଗରିବ ଖଟିଖିଆଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି ଏହି ଜାଡ।

ଥଣ୍ଡା ଯୋଗୁଁ ଦିନ ୧୦ଟା ଆଗରୁ ଘରୁ ବାହାରି ହେଉନାହିଁ। ତେଣୁ ଦିନ ମଜୁରିଆଟିଏ କାମଧନ୍ଦା କରିବାକୁ ଯାଇ ପାରୁନାହାନ୍ତି। ତେଣୁ ପେଟପାଟଣାକୁ ନେଇ ଚିନ୍ତାରେ ପଡିଛନ୍ତି।

Comments are closed.