Odisha Link
Bridging the Missing Links in Odisha

ଫେରିଲା ନାଇଟ୍‌ କର୍ଫ୍ୟୁ, ଆଜି ରାତି ୧୦ରୁ କାଲି ସକାଳ ୫ଟା ଯାଏଁ ଲାଗିବ କଟକଣା

ଭୁବନେଶ‌୍ବର: ନୂଆବର୍ଷ ପୂର୍ବରୁ କଟକଣା ଲଗାଇଲେ ରାଜ୍ୟ ସରକାର। କରୋନାର ନୂଆ ଷ୍ଟ୍ରେନ୍‌ ଓ ନୂଆବର୍ଷ ପାଳନକୁ ଚେକ୍‌ ଦେବା ପାଇଁ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲଗାଇଲେ ରାଜ୍ୟ ସରକାର। ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା।

ତେବେ ଏହି ନାଇଟ କର୍ଫ୍ୟୁରୁ ଅତ୍ୟାବଶ୍ୟକ ସେବା ବାଦ ପଡିବ। ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ। ଜରୁରୀକାଳୀନ ସେବା ମଧ୍ୟ ପରିବହନ ହୋଇପାରିବ। କରୋନା ସ୍ଥିତି ଏବଂ ନୂଆବର୍ଷ ଓ ଜିରୋ ନାଇଟକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏହି କଟକଣା ଜାରି କରିଛନ୍ତି। ଏଥିରେ ସହଯୋଗ କରିବା ପାଇଁ ରାଜ୍ୟବସୀଙ୍କୁ ଏସ୍‌ଆରସି ନିବେଦନ କରିଛନ୍ତି।

ନୂଆବର୍ଷ ପାଳନ ନେଇ ମଧ୍ୟ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ନୂଆବର୍ଷରେ ଅଫିସରେ ଏକାଠି ହୋଇ ପରସ୍ପରକୁ ଶୁଭେଚ୍ଛା ଜଣାଇବାକୁ ମନା କରାଯାଇଛି। ଭର୍ଚୁଆଲ ଭାବେ ଶୁଭେଚ୍ଛା ଜଣାଇବାକୁ କହିଛନ୍ତି ଏସଆରସି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରାଯାଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

Comments are closed.