ଟିମ୍ ଇଣ୍ଡିଆକୁ ଝଟ୍କା, ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ଉମେଶ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ଝଟକା। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର। ଦଳର ଦ୍ରୁତ ବୋଲର ଉମେଶ ଯାଦବ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ଇଛନ୍ତି। ସେ ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନରେ ବୋଲିଂ କରିବା ସମୟରେ ଆହତ ହୋଇଥିଲେ। ପରେ ଫିଜିଓଙ୍କ ପରାମର୍ଶ କ୍ରମେ ସେ ପ୍ୟାଭିଲିଅନ୍ ଫେରି ଯାଇଥିଲେ।
୩୩ ବର୍ଷୀୟ ଉମେଶ ଯାଦବ ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଇନିଂସରେ ଗୋଟିଏବି ଓ୍ବିକେଟ ନେଇ ନଥିଲେ। ହେଲେ ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆର ଓପନର ଜୋ ବନର୍ସଙ୍କ ଓ୍ବିକେଟ ନେବା ପରେ ଆହତ ହୋଇଥିଲେ ଉମେଶ ଯାଦବ।
ଆହତ ପରେ ଉମେଶଙ୍କ ସ୍କାନ କରାଯାଇଥିଲା। ରିପୋର୍ଟ ମୁତାବିକ ଉମେଶଙ୍କ ଆହତଜନିତ ସମସ୍ୟ ଗମ୍ଭୀର ରହିଛି। ଯାହାଫଳରେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବିଶ୍ରାମ ଦେବା ପାଇଁ ବସିସିଆଇ ଟିମ୍ ମ୍ୟାନେଜେମଣ୍ଟ ଚିନ୍ତା କରୁଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ ଉମେଶ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୨ଟେଷ୍ଟରୁ ବାଦ୍ ପଡ଼ିଥିବା ନେଇ ସୂଚନା ରହିଛି। ଏପର୍ଯ୍ୟନ୍ତ ଏନେଇ ବିସିସିଆଇ ପକ୍ଷରୁ କୌଣସି ବି ସ୍ପଷ୍ଟିକରଣ ମିଳିପାରି ନାହିଁ।