Odisha Link
Bridging the Missing Links in Odisha

ବିଶ୍ୱସ୍ତରୀୟ ହସ୍ପିଟାଲ ହେବ କଟକ ବଡ଼ ମେଡିକାଲ, ଖର୍ଚ୍ଚ ହେବ ୩୫୦୦ କୋଟି ଟଙ୍କା

ଭୁବନେଶ‌୍ବର: କଟକ ବଡ଼ ମେଡିକାଲର ହେବ ନବକଳେବର। ବିଶ୍ୱସ୍ତରୀୟ ହସ୍ପିଟାଲରେ ପରିଣତ ହେବ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ। ଏହି ମେଡିକାଲ କଲେଜକୁ ଏମସପ୍ଲସ୍ ଭାବେ ଗଢ଼ି ତୋଳିବା ସହ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ଭିତ୍ତିଭୂମି ବିକଶିତ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୩୫୦୦ କୋଟି ଟଙ୍କା। ୫ଟି ଅଧିନରେ ଏହା କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମେଡିକାଲ କଲେଜର ନବକଳେବର ପ୍ରକଳ୍ପର ସମୀକ୍ଷା କରିଛନ୍ତି। ୫ହଜାର ବେଡ୍ ବିଶିଷ୍ଟ ଡାକ୍ତର, ରୋଗୀ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ହେବ। ମୋଟ୍ ୧୭୫ ଏକର ଜମିରେ ଏହି ପ୍ରକଳ୍ପର ନିର୍ମାଣ ହେବ। ଆହୁରି ମଧ୍ୟ ୫ଟି ଅଧିନରେ ଏହା କାର୍ଯ୍ୟକାରୀ ହେବ ବୋଲି ସରକାର କହିଛନ୍ତି।

 

୩ବର୍ଷରେ ସମ୍ପୂର୍ଣ୍ଣ ହେବାକୁ ଥିବା ଏହି ଅତ୍ୟାଧୁନିକ ଚିକିତ୍ସା ଭିତ୍ତିଭୂମି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୨୪ ଜାନୁୟାରୀ ପହିଲାରେ ଉଦଘାଟନ କରିବେ ବୋଲି ଆଜି ଦିନ ଧାର୍ଯ୍ୟ କରିଛନ୍ତି। ଏଠାରେ ଅତ୍ୟାଧୁନିକ ଚିକିତ୍ସା ଉପକରଣ ସୁବିଧା ସହ ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରାଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ ସୁବିଧା ଉପଲବ୍ଧ ହେବ। ଏଥିରେ ୧୨୮୦ଟି ସରକାରୀ ବାସଗୃହ ନିର୍ମିତ ହେବା ସହିତ ଛାତ୍ରାବାସରେ ଅଧିକ ୨୨୦୦ଜଣ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା କରାଯିବ। ହସ୍ପିଟାଲର ଉନ୍ନତି ସହିତ କ୍ରୀଡ଼ା ଓ ମନୋରଞ୍ଜନ ପାଇଁ ମଧ୍ୟ ଉତ୍ତମ ପରିବେଶ ସୃଷ୍ଟି କରାଯିବ।

ଏହି ମେଡିକାଲ କଳେଜ ହସ୍ପିଟାଲର ସୁପରିଚାଳନା ନିମନ୍ତେ ଏକ ସ୍ୱାଧୀନ ପରିଚାଳନା ମଣ୍ଡଳୀ ରହିବ। ଯାହାକି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହିତ ଚିକିତ୍ସା, ଶିକ୍ଷା ଓ ଗବେଷଣାର ମାନ ବୃଦ୍ଧି ପାଇଁ କାମ କରିବ।

Comments are closed.