Odisha Link
Bridging the Missing Links in Odisha

ଅନ୍ତିମ ସଂସ୍କାର ବେଳେ ଭୁଶୁଡିଲା ଛାତ, ୮ ମୃତ

ଗାଜିଆବାଦ: ଅନ୍ତିମ ସଂସ୍କାର ବେଳେ ଭୁଶୁଡିଲା ଶ୍ମଶାନ ଘର ଛାତ। ଛାତ ଭୁଶୁଡି ୮ ଜଣଙ୍କ ମୃତ୍ୟୁହୋଇଛି। ଏଭଳି ଏକ ଅଭାବନୀୟ ଦୁର୍ଘଟଣା ଘଟିଛି ଗାଜିଆବାଦର ମୁରାଦାନଗର ଅଞ୍ଚଳରେ। ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଶ୍ମଶାନ ଘରର ଛାତ ଖସି ପଡିଥିଲା। ଫଳରେ ଅନେକ ଲୋକ ମାଟି ତଳେ ପୋତି ହୋଇଯାଇଥିଲେ। ମାଟି ତଳୁ ୮ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ମାଟି ତଳେ ଫସି ରହିଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। ସେପଟେ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଜିଆବାଦ ପୁଲିସ ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସୂଚନା ଯୋଗ୍ୟ, ଆଜି ସକାଳୁ ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷ ଯୋଗୁଁ କିଛି ଲୋକ ମୁରାଦାନଗର ସ୍ଥିତ ଶ୍ମଶାନ ଘାଟରେ ତିଆରି ନୂଆ ଶ୍ମଶାନ ଘର ତଳେ ଠିଆ ହୋଇ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ। ଠିକ ଏହି ସମୟରେ ଛାତ ଭୁଶୁଡି ପଡିଥିଲା। ଶ୍ମଶାନ ଘାଟରେ ପ୍ରାୟ ୨୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ବର୍ଷା ଯୋଗୁଁ ଛାତ ଭୁଶୁଡି ଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

Comments are closed.