ଚୋର ସନ୍ଦେହରେ ଯୁବକଙ୍କୁ ପିଟି ପିଟି ମାରିଦେଲେ!

ଆସିକା: ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୋଲସରା ଥାନା ରାଣୀପଡ଼ାର ଗଙ୍ଗା ତାଣ୍ଡି ନାମକ ଯୁବକଙ୍କୁ ହତ୍ୟା କରାଯାଇଛି। ଗଙ୍ଗାକୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ କବିସୂର୍ଯ୍ୟନଗର ଥାନା ସୁନାପଲ୍ଲୀରେ ଗଙ୍ଗାଙ୍କୁ ମାଡ଼ ମରାଯାଇଥିଲା। ଚୋର ସନ୍ଦେହରେ ସ୍ଥାନୀୟ ଲୋକେ ତାଙ୍କୁ ମାଡ଼ ମାରିଥିଲେ। ତେବେ ଗଙ୍ଗାଙ୍କୁ ଉଦ୍ଧାର କରି ପୁଲିସ ପ୍ରାଥମିକ ଚିକିତ୍ସା କରାଇ ଛାଡ଼ି ଦେଇଥିଲା। ମାଡ଼ ଖାଇ ଘରକୁ ଚାଲିଆସିଥିବା ଗଙ୍ଗାଙ୍କର ରାତିରେ ମୃତୁ୍ୟ ଘଟିଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାବେଳେ ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
Comments are closed.