Odisha Link
Bridging the Missing Links in Odisha

ପୁରୀରୁ ୨୦ ଲକ୍ଷର ବ୍ରାଉନସୁଗର ଜବତ

ପୁରୀ: ଆଜି ପୁରୀରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ସିଦ୍ଧ ମହାବୀର ଲେବୁଲ କ୍ରସିଂରୁ ୨୦୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ। ଜବତ ବ୍ରାଉନସୁଗର ଅନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୨ ବ୍ରାଉନସୁଗର ବେପାରୀଙ୍କୁ ଗିରଫ ମଧ୍ୟ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଶିବ ପ୍ରସାଦ ବେହେରା ଓ ରଘୁନାଥ ଦାସ।

ସୂଚନା ମୁତାବକ, ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ୍‌ ଯୋଗେ ବାଲେଶ୍ୱରରୁ ବ୍ରାଉନସୁଗର ଚାଲାଣ ହେଉଥିଲେ। ଏହି ସମୟରେ ଅବକାରୀ ବିଭାଗ ଖବର ପାଇ ଚଢ଼ଉ କରିଥିଲା। ସିଦ୍ଧମହାବୀର ରେଳଫାଟକ ଠାରୁ ବ୍ରାଉନସୁଗାର ଜବତ କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରିଛି।

Comments are closed.