Odisha Link
Bridging the Missing Links in Odisha

RSP ଗ୍ୟାସ୍ ଲିକ ଘଟଣା, ତଦନ୍ତ କମିଟି ଗଠନ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗତକାଲି ଗ୍ୟାସ୍ ଲିକ ହୋଇ ୪ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ ପାଇଁ ଆଜି ସେଲ୍ ମୁଖ୍ୟାଳୟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ବୋକାରୋ ଷ୍ଟିଲ ପ୍ଲାଣ୍ଟ ଇଡି ଅତନୁ ଭୌମିକଙ୍କ ନେତୃତ୍ୱରେ ଉକ୍ତ ଟିମ ଗଠନ କରାଯାଇଛି। ଏହି କମିଟିରେ କୋଲକାତା, ଭିଲାଇ ଓ ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟ ସିଜିଏମ ସାମିଲ ହେବେ।

ଅନ୍ୟପକ୍ଷରେ ଆଜି ଏହି ଘଟଣାରେ ଆଉ ଜଣଙ୍କୁ ନିଲମ୍ବିତ କରାଯାଇଛି। ସେଫ୍ଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ସ୍ମୃତିରଞ୍ଜନ ସାହୁଙ୍କୁ ନିଲମ୍ବିତ କରାଯାଇଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସିଇଓ ତାଙ୍କୁ ନିଲମ୍ବନ କରିଛନ୍ତି। ଗତକାଲି ଏହି ଘଟଣାରେ ୨ ଜଣ ଡିଜିଏମଙ୍କୁ ନିଲମ୍ବିତ କରାଯାଇଥିଲା। କୋଲ କେମିକାଲ ଡିପାର୍ଟମେଣ୍ଟର ଡିଜିଏମ ଏନ୍ ଦାସଙ୍କ ସହ ଏନର୍ଜି ମ୍ୟାନେଜମେଣ୍ଟ ଡିଜିଏମ ଜି.ବାରିକଙ୍କୁ ନିଲମ୍ବିତ କରାଯାଇଥିଲା । କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଉଭୟଙ୍କୁ ନିଲମ୍ବିତ କରାଯାଇଥିଲା।

ସୂଚନାଯୋଗ୍ୟ, ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗତକାଲି କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ୍ ହୋଇ ହୋଇ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି। ୪ ଜଣଙ୍କ ମୃତ୍ୟୁ ନେଇ ଆଇଜିଏଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ମୋଟ ୧୦ ଅସୁସ୍ଥଙ୍କ ମଧ୍ୟରୁ ୪ ଜଣଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସେମାନଙ୍କ ମୃତୁ୍ୟ ହୋଇଥିଲା।

 

Comments are closed.