ଡିସିପି ଅଫିସ୍ ଆଗରେ ଉତ୍ତେଜନା

କଟକ: ଡିସିପି ଅଫିସ୍ ଆଗରେ ଉତ୍ତେଜନା। ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଜୋରଦାର ଦାବି ବିଜେପି କରିଛି। ଏନେଇ ଆଜି ଡିଜିପି ଅଫିସ୍ ଘେରାଉ କରିଛି ବିଜେପି। ଘେରାଉ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ଓ ବିଜେପି ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।
ବିଜେପି ନେତା ମାହାଙ୍ଗା ଡବର୍ଲ ମର୍ଡର ଏତଲାର ସବୁ ଅଭିଯୁକ୍ତଙ୍କୁ ପଚରାଉଚରା ଦାବି କରିଛି। ଡିଜିପିଙ୍କ ସହ ଆଲୋଚନା ବେଳେ ଦୃଢ ଦାବି କରିଛି ବିଜେପି। ଏଥିସହ ଡିଜିପିଙ୍କ ସହ କିଛି ନେତା ଡିସିପି ଅଫିସ୍ରେ ଆଲୋଚନା କରୁଛନ୍ତି। ଆଲୋଚନା ସମ୍ପର୍କରେସୂଚନା ଦେଇଛନ୍ତି ବିଜେପି ନେତା ଟଙ୍କଧର ତ୍ରୀପାଠୀ। ଡିଜିପି ଅସହାୟ ପ୍ରକାଶ କରୁଥିବା ଟଙ୍କଧର ଅଭୀଯୋଗ କରିଛନ୍ତି।