ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ: ଧର୍ମେନ୍ଦ୍ର

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଗତକାଲି ଆମ ଦଳର ଘେରାଉ ବେଳେ ଡିଜିପି ୧୦ ଦିନ ସମୟ ଦେଇଛନ୍ତି। ଜଣେ ଡିଆଇଜି ମାମଲାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ, ଏ ହିଂସା କାହିଁକି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ମହାଙ୍ଗାରେ ବର୍ଷ ବର୍ଷ ଧରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଅପାତ୍ରରେ ଦିଆଯାଉଛି। ବିଗତ ୪ ବର୍ଷ ହେଲା କୁଳମଣି ବରାଳ ଏନେଇ ପ୍ରତିବାଦ କରିଆସୁଥିଲେ। କିଛି ଲୋକ ଏହାକୁ ସହିପାରିଲେନି। ମାମଲା ହତ୍ୟା ପର୍ଯ୍ୟନ୍ତ ଗଲା। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଏହାଛଡ଼ା ଧର୍ମେନ୍ଦ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଓଡ଼ିଶାର ଦାୟିତ୍ୱ ନେଇଆସିଛନ୍ତି। ଓଡ଼ିଶାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି। ଲକ୍ଷ ଲକ୍ଷ ଘର ଯୋଗାଇ ଦିଆଯାଉଥିଲେ ବି ଅପାତ୍ରରେ ଯାଉଛି।