ପୃଥିବୀର ଏଭଳି ଏକ ସ୍ଥାନ ଯେଉଁଠୁ ଜୀବିତ ଫେରିବା ଅସମ୍ଭବ, ଜାଣନ୍ତୁ…

ବ୍ରାଜିଲ୍: ପୃଥିବୀରେ ବହୁ ଆଶ୍ଚର୍ଯ୍ୟ ଚକତି କଲା ପରି ସ୍ଥାନ ରହିଛି। ଏମିତି ମଧ୍ୟ କିଛି ସ୍ଥାନ ରହିଛି ଯାହା ଅତ୍ୟନ୍ତ ବିପଦଜନ ଓ ଯେଉଁଠି ମଣିଷ ପାଦ ରଖିବା ଅସମ୍ଭବ। ଏହା ଭିତରୁ ଗୋଟିଏ ସ୍ଥାନ ହେଉଛି ‘ଇଲାହା ଦା କ୍ୟୁଇମାଦା। ଏହା ହେଉଛି ଏକ ଆଇଲ୍ୟାଣ୍ଡ୍। ଏହି ଆଇଲ୍ୟାଣ୍ଡକୁ ‘ନାଗ ଆଇଲାଣ୍ଡ’ ଓ ’ନାଗ ଲୋକ’ ବୋଲି ମଧ୍ୟ କୁହାଯାଏ। ଏହି ଆଇଲ୍ୟାଣ୍ଡ ବ୍ରାଜିଲରେ ରହିଛି।
ଏହି ଆଇଲ୍ୟାଣ୍ଡରେ କେବଳ ନାଗ ସାପମାନେ ହିଁ ରୁହନ୍ତି। ଏଟି ରହୁଥିବା ସାପ ସାରା ବିଶ୍ବର ସବୁଠାରୁ ବିଷାକ୍ତ ସାପମାନେ ରୁହନ୍ତି। ଏଥିସହ ଏହି ଆଇଲ୍ୟାଣ୍ଡରେ ବିଶ୍ବର ସବୁଠାରୁ ଅଧିକ ସାପ ରୁହନ୍ତି। ଏହି ଆଇଲ୍ୟାଣ୍ଡକୁ ଯିଏ ବି ଯାଏ ସେ କେବେ ଜୀବିତ ଅବସ୍ଥାରେ ଫେରେନାହିଁ। ଏହି ଆଇଲ୍ୟାଣ୍ଡକୁ ମଣିଷଙ୍କ ଯିବା ଉପରେ କଟକଣା ରହିଛି।
ଏହି ଆଇଲ୍ୟାଣ୍ଡ ଉପରେ ମଣିଷଙ୍କର ଯିବା ଆସିବା ଉପରେ କଟକଣା ଲଗାଇ ଦେଇଛନ୍ତି ବ୍ରାଜିଲ ସରକାର। ସେଠି ଥିବା ସାପ ଏତେ ବିଷାକ୍ତ ଯେ, ଥରେ କାମୁଡିଲେ ମୃତ୍ୟୁ ସୁନିଶ୍ଚିତ ଏବଂ ବିଷର ପ୍ରଭାବ ଏତେ ଅଧିକ ଯେ, ଶରୀରର ରଙ୍ଗ କଳାପଡି ଯାଇଥାଏ।
Comments are closed.