Odisha Link
Bridging the Missing Links in Odisha

ଦିଲୀପ ରାୟଙ୍କ ବିରୋଧରେ ବିଜେପିର ଷଡ଼ଯନ୍ତ୍ର!

ଭୁବନେଶ୍ବର: ଆଜି ହେଉଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଜନ୍ମଦିନ। ୧୯୫୪ ଜାନୁଆରୀ ୯ ତାରିଖରେ ଜନ୍ମ ହୋଇଥିବା ଦିଲୀପ ଆଜି ୬୭ ବର୍ଷରେ ପାଦ ଥାପିଛନ୍ତି। ଦିଲୀପଙ୍କୁ ତାଙ୍କ ଜନ୍ମଦିନ ଅବସରରେ ତାଙ୍କର ପ୍ରଶଂସକ ମାନେ ଶୁଭେଚ୍ଛା ବାର୍ତ୍ତା ପଠାଉଥିବା ବେଳେ ତାଙ୍କ ରାଜନୈିତକ ସଚିବ ଦୁର୍ଗା ପ୍ରସାଦ ମହାନ୍ତି ଦେଇଛନ୍ତି ବଡ଼ ପ୍ରତିକ୍ରିୟା।

ନିକଟରେ କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଦିଲୀପ ରାୟ। ହାଇକୋର୍ଟ ଜେଲ ଦଣ୍ଡରେ ବି ଦଣ୍ଡିତ କରିଥିଲେ। କିନ୍ତୁ ପରେ ଏହି ରାୟକୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ତେବେ ଏଭଳି କାହିଁକି ହୋଇଥିଲା ? ଦିଲୀପ ରାୟଙ୍କ ପୁରୁଣା ଫାଇଲ କାହିଁକି ଖୋଲାଯାଇଥିଲା। ଏସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ଦୁର୍ଗା ପ୍ରସାଦ।

ଦିଲୀପଙ୍କ ରାଜନୈତିକ ସଚିବଙ୍କ କହିବା ଅନୁଯାୟୀ, ରାଉରକେଲାର ବିକାଶ ପାଇଁ ଦିଲୀପ ଯେଉଁ ଦାବି କରି ଆସୁଥିଲେ ତାହା ପୂରଣ ହୋଇନଥିଲା। ତେଣୁ ସେ ପ୍ରଥମେ ବିଜେପିର ବିକାଶ ଉତ୍ସବକୁ ବର୍ଜନ କରିବା ସହ ଦଳ ବି ଛାଡ଼ିଥିଲେ। ପରେ ସେ ନବୀନ ନିବାସ ଯାଇଥିଲେ। ୨୦୧୯ ନିର୍ବାଚନ ବେଳେ ସେ ବିଦେଶ ଯିବା ପୂର୍ବରୁ ନିଜ ସମର୍ଥକମାନଙ୍କୁ ରାଉରକେଲାସ୍ଥିତ ‘କଲ୍ୟାଣୀ’କୁ ଡକାଇ ଆଲୋଚନା କରିଥିଲେ। ରାଉରକେଲା ବିକାଶରେ ବାଧା ଦେଉଥିବା ଦଳକୁ ଭୋଟ ନଦେବା ପାଇଁ ପରାମର୍ଶ ଦେଇଥିଲେ। ଯାହାକି କିଛି ଲୋକଙ୍କ ହଜମ ହୋଇନଥିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ତାଙ୍କ ସୂଚନା ମୁତାବିକ, ଦିଲୀପ ରାୟଙ୍କୁ ହରଡ଼ଘଣାରେ ପକାଇବା ପାଇଁ ୧୯୯୮ ମସିହାର ପୁରୁଣା ଫାଇଲ ଖୋଲାଯାଇଥିଲା। ଝାରଖଣ୍ଡର ଜଣେ ବିଜେପି ସାଂସଦ ଏମକେ ଅଗ୍ରୱାଲା କୋଇଲା ଖଣିର ପୁନରୁଦ୍ଧାର ପାଇଁ ଆବେଦନ କରିଥିଲେ। ଏ ସଂକ୍ରାନ୍ତୀୟ କାଗଜପତ୍ର ଉପରେ ଦିଲୀପ କେବଳ ପୁନଃ ପରୀକ୍ଷା କରାଯାଉ ବୋଲି ଲେଖିଥିଲେ । କିନ୍ତୁ ଚକ୍ରାନ୍ତ କରାଯାଇ ୨୦ ବର୍ଷର ଫାଇଲକୁ ସିବିଆଇକୁ ଧରାଇ ଦେଇ ଫସାଇବା ପାଇଁ ଉଦ୍ୟମ କରାଯାଇଥିଲା। ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କଲେ। କିନ୍ତୁ ଏବେ ଦିଲ୍ଲୀ ହାଇକୋର୍ଟ ସିବିଆଇ କୋର୍ଟର ରାୟଙ୍କୁ ଅଗ୍ରାହ୍ୟ କରିଦେଇଛନ୍ତି।

Comments are closed.