Odisha Link
Bridging the Missing Links in Odisha

ନକଲି ସସ୍ କାରଖାନା ଠାବ

ଚଣ୍ଡିଖୋଲ : ପୁମଇ ଏକ ନକଲି କାରଖାନା ଠାବ। ବଡ଼ଚଣା ଥାନା କୁନ୍ଦଳଠାରେ ସସ୍ କାରଖାନା ଉପରେ ଚଢ଼ାଉ କରିଛି ବଡ଼ଚଣା ପୁଲିସ। ଦୀର୍ଘ ଦିନ ଧରି ଏଠାରେ ସସ୍ କାରଖାନା ଚାଲିଥିଲା। ଏଠାରୁ ସସ୍ ସାମଗ୍ରୀ ବିଭିନ୍ନ ଅଂଚଳକୁ ଚାଲାଣ କରାଯାଉଥିଲା ।ସମ୍ପୃକ୍ତ ସସ୍ କାରଖାନାକୁ ସିଲ୍ କରା ଯାଇଛି।

ଅପମିଶ୍ରଣ କରାଯାଉଥିବା ଅଭିଯୋଗ ଆସିବା ପରେ ଗତ ରାତିରେ ବଡ଼ଚଣା ପୋଲିସ ଓ ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ ଚଢ଼ାଉ କରା ଯାଇଥିଲା । ସସ୍ ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି।

ରିପୋର୍ଟ ଆସିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବଡ଼ଚଣା ପୁଲିସ କହିଛି। ତେବେ କାରଖାନା ମାଲିକଙ୍କୁ ନୋଟିସ୍ ଦେଇ ପୁଲିସ ଛାଡିଦେଇଥିବା ସୂଚନା ମିଳିଛି ।

Comments are closed.