Odisha Link
Bridging the Missing Links in Odisha

ମକର ସଂକ୍ରାନ୍ତି ପାଇଁ ସୁନାର ଗୁଡ଼ି

ହାଇଦ୍ରାବାଦ: ଆସନ୍ତା କାଲି ପବିତ୍ର ମକର ସଂକ୍ରାନ୍ତି। ସାରା ଦେଶରେ ବେଶ ଧୁମଧାମରେ ପାଳନ ହୁଏ ମକର ସଂକ୍ରାନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ। ତାମିଲନାଡୁରେ ପୋଙ୍ଗଲ, କର୍ଣ୍ଣାଟକ, କେରଳ ତଥା ଅଣ୍ଡର ପ୍ରଦେଶରେ ସଂକ୍ରାନ୍ତି, ଗୋଆ, ଓଡ଼ିଶା, ହରିୟାଣା, ବିହାର, ଝାରଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗରେ ମକର ସଂକ୍ରାନ୍ତି କୁହାଯାଏ। ମକର ସଂକ୍ରାନ୍ତି ପାଇଁ ସାରା ଭାରତରେ ଉତ୍ସବର ପରିବେଶ ଦେଖିବାକୁ ମିଳୁଛି।

ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଯାଆନ୍ତି ତେଣୁ ଏହାକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ। ସୂର୍ଯ୍ୟଙ୍କର ଧନୁ ରାଶିରୁ ମକର ରାଶିକୁ ଯିବାର ମହତ୍ୱ ରହିଛି କାରଣ ଏହି ସମୟରେ ସୂର୍ଯ୍ୟ ଦକ୍ଷିଣୟାନରୁ ଉତ୍ତରାୟଣ ନେଇଥାନ୍ତି। ତେବେ ମକର ସଂକ୍ରାନ୍ତି ଦିନ ଗୁଡ଼ି ଉଡାଇବା ପରମ୍ପରା ମଧ୍ୟ ରହିଛି। ଏହି ଦିନ ଲୋକେ ସାର ଦେଶରେ ରଙ୍ଗ ବେରଙ୍ଗର ଗୁଡି ଉଡାଇଥା’ନ୍ତି।

ଚଳିତ ବର୍ଷ କରୋନା କଟକଣା ଭିତରେ ମକର ସଂକ୍ରାନ୍ତି ପାଇଁ ଗୁଡ଼ି ବଜାରରେ ମଧ୍ୟ ଭିଡ ଜମୁଛି। କରୋନାକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ପ୍ରକାରର ଗୁଡ଼ି ମିଳୁଛି। ଲୋକଙ୍କୁ ସଚେତନ କରିବା ପାଇଁ କେଉଁଠି କରୋନା ଭାଇରସ ଗୁଡ଼ିତ ଆଉ କେଉଁଠି ଫେସ ମାସ୍କ ଗୁଡ଼ି ବିକ୍ରି ହେଉଥିବା ଦେଖିବାକୁ ମିଳିଛି।

ଏହାରି ମଧ୍ୟରେ ଜଣେ କାରିଗର ମକର ସଂକ୍ରାନ୍ତି ପାଇଁ ସୁନା ଓ ରୁପାରେ ଗୁଡ଼ି ତିଆରି କିରଛନ୍ତି। କେବଳ ଗୁଡ଼ି ନୁହେଁ ମାଞ୍ଝା ଏବଂ ମାସ୍କ ମଧ୍ୟ ତିଆରି କରିଛନ୍ତି ସେ।ହାଇଦ୍ରାବାଦର ଜଣେ କଳାକାର ଅଦ୍ଭୁତ ଗୁଡ଼ି ତିଆରି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ସୁନା ଓ ରୁପାରେ ଏକ ଛୋଟ ଗୁଡ଼ି ତିଆରି କରିଛନ୍ତି। ସୁନାରେ ତିଆରି ଏହି ଗୁଡ଼ିର ଓଜନ ୨.୫୮ ଗ୍ରାମ ରହିଛି। ସୁନା ଓ ରୁପାରେ ଛୋଟ ମାସ୍କ ଓ ଗୁଡ଼ି ଉଡାଇବା ପାଇଁ ମାଞ୍ଝା ମଧ୍ୟ ତିଆରି କରିଛନ୍ତି।ପ୍ରତି ବର୍ଷ ସେ ସୁନା ଏବଂ ରୁପାରେ କ୍ଷୁଦ୍ର ଗୁଡ଼ି ତିଆରି କରନ୍ତି ଏବଂ ମକର ସଂକ୍ରାନ୍ତି ପର୍ବ ଶେଷ ହେବା ପରେ ଏହାକୁ ତିରୁପତି ମନ୍ଦିରରେ ଦାନ କରିଦିଅନ୍ତି ବୋଲି କଳାକାର ଜଣକ କହିଛନ୍ତି।

Comments are closed.