Odisha Link
Bridging the Missing Links in Odisha

ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ

ଭୁବନେଶ୍ବର: କରୋନା ଟିକାକରଣ ପାଇଁ ଗାଇଡଲାଇନ୍। ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହେଲା ଗାଇଡଲାଇନ୍। ରାଜ୍ୟର ସବୁ ଜିଲ୍ଲାପାଳ ଓ ମହାନଗର ନିଗମକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି।

ରାଜ୍ୟକୁ କୋଭିସିଲ୍ଡ ଓ କୋଭ୍ୟାକ୍ସିନ୍‌ ୨ ପ୍ରକାର କରୋନା ଟିକା ଆସିଛି। ପ୍ରତି କୋଭିସିଲ୍ଡ ଭାଏଲ ୧୦ ଡୋଜ୍ ଏବଂ କୋଭ୍ୟାକ୍ସିନ୍‌ ଭାଏଲ ୨୦ ଡୋଜ୍‌ ବିଶିଷ୍ଟ କରୋନା ଟିକା ଓଡ଼ିଶାକୁ ଆସିଛି। ଉକ୍ତ କରୋନାଟିକାର ବ୍ୟବହାର ସମୟ ୬ ମାସ ରହିଛି।

ଭାଏଲରେ ଉତ୍ପାଦନର ସମୟ ଲେଖାଯାଇଛି। ମାତ୍ର ଲକ୍ସପାରୀ ତାରିଖ ନାହିଁ। ଭାଏଲ ଖୋଲିବାର ୪ ଘଣ୍ଟା ମଧ୍ୟରେ ବ୍ୟବହାର ହେବା ଜରୁରୀ। ଆସିଥିବା ଟିକାରୁ ୫୦% ପ୍ରଥମ ଡୋଜ୍‌ ଭାବେ ବ୍ୟବହାର ହେବ। ବାକି ୫୦% ଦ୍ବିତୀୟ ଡୋଜ୍‌ ଭାବେ ବ୍ୟବହାର ହେବ। ସମସ୍ତ ଉପଭୋକ୍ତା ଏକ ନିର୍ଦ୍ଦିଷ୍ଟ ଟିକା ନେବେ। ଟିକାବଦଳ ହେବ ନାହିଁ ବୋଲି ଗାଇଡଲାଇନ୍‌ରେ ଉଲ୍ଲେଖ କରାଯାଇଛି।

 

Comments are closed.