Odisha Link
Bridging the Missing Links in Odisha

ଗ୍ରାହକଙ୍କୁ ପିଟିଲେ ସୁନା ଦୋକାନୀ

ଭୁବନେଶ୍ୱର: ଗ୍ରାହକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ସୁନା ଦୋକାନୀ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀର ଖଣ୍ଡଗିରି ବାରି ଅଞ୍ଚଳରେ। ଚାରି ବର୍ଷ ତଳେ ବିବେକାନନ୍ଦ ତାଙ୍କ ପତ୍ନୀଙ୍କ ପାଇଁ ସୁନା ଚେନ କିଣିଥିଲେ। ୨୨ କ୍ୟାରେଟ ବୋଲି କହି ସୁନା ବିକିଥିଲେ ଦୋକାନୀ।

ଏବେ ଟଙ୍କା ଆବଶ୍ୟକ ହେବାରୁ ବିବେକାନନ୍ଦ ସେହି ସୁନା ଚେନ ନେଇ ବ୍ୟାଙ୍କ ଯାଇଥିଲେ। ବ୍ୟାଙ୍କରେ ସୁନା ଚେନ ବନ୍ଧକ ରଖି ଟଙ୍କା ଆଣିଥାନ୍ତେ ବିବେକାନନ୍ଦ। ହେଲେ ବ୍ୟାଙ୍କରେ ସୁନା ଚେନ ଯାଞ୍ଚ ବେଳେ ଏହା ୨୨ କ୍ୟାରେଟ ନୁହେଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ଏ ନେଇ ସମ୍ପୃକ୍ତ ଦୋକାନିକୁ ବିବେକାନନ୍ଦ ପଚାରିବାରୁ ସେ ସୁନା ବଦଳ କରି ପ୍ରକୃତ ସୁନା ଦେଇଥିଲେ।

ହେଲେ ଏଭଳି ଘଟଣା ଅଲଗା ଲୋକଙ୍କ ସହ ଆଗରୁ ହୋଇଛି ଓ ସେମାନେ ମଧ୍ୟ ଏନେଇ ଅଭିଯୋଗ କରିଲେ। ଯାହାଫଳରେ ଉକ୍ତ ଦୋକାନ ଉପରେ ଏହାର ପ୍ରଭାବ ପଡିଲା ଓ ବ୍ୟବସାୟ ମାନ୍ଦା ପଡିଲା, ତେଣୁ ଆକ୍ରୋଶମୂଳକ ଭାବେ ରାଗ ରଖି ବିବେକାନନ୍ଦଙ୍କୁ ସୁନା ଦୋକାନ ମାଲିକ ଓ ତାଙ୍କ ସ୍ତ୍ରୀ ନିର୍ଧୁମ ମାଡ଼ ମାରିଛନ୍ତି । ଏ ନେଇ ବିବେକାନନ୍ଦ ଭରତ ପୁର ଥାନାରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ଦୋକାନୀ ଦମ୍ପତିକୁ ଅଟକ ରଖି ପଚରାଉଚୁରା କରିଥିବା ଜଣାପଡ଼ିଛି।

Comments are closed.