Odisha Link
Bridging the Missing Links in Odisha

କଟକଣା ନିର୍ଦ୍ଦିଷ୍ଟ ସଂସ୍ଥା ପାଇଁ ନୁହେଁ: କମିଶନର

ଭୁବନେଶ୍ୱର: ବିଏମ୍‌ସି ଅଞ୍ଚଳରେ ମାଗଣାରେ ଖାଦ୍ୟ ବଣ୍ଟନ ନେଇ କଟକଣା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି କମିଶନର। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଯାହାର ଖାଦ୍ୟ ବା ବସ୍ତ୍ର ଦେବା କଥା ସେମାନେ ଆମ ସହ ଆଲୋଚନା କରନ୍ତୁ। ଆମକୁ ଆବେଦନ କଲେ ସେମାନଙ୍କୁ ସେହି ହିସାବରେ ଅନୁମତି ଦିଆଯିବ। ଆଇନ ଉଲ୍ଲଂଘନ କଲେ ସରକାରଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କମିଶନର କହିଛନ୍ତି।

ଏହା ସହିତ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କଟକଣା କୌଣସି ନିର୍ଦ୍ଧିଷ୍ଟ ଏନଜିଓ ପାଇଁ ଉଦ୍ଧିଷ୍ଟ ନୁହେଁ। ଏହି ନିୟମ ସମସ୍ତଙ୍କ ପାଇଁ। ଲୋକଙ୍କୁ ରାସ୍ତାକଡ଼ରୁ ନେଇ ଆଶ୍ରୟସ୍ଥଳୀରେ ରଖିବା ଆମର ଉଦ୍ଦେଶ୍ୟ। ରାସ୍ତାକଡ଼ରେ ଖାଦ୍ୟ ମିଳୁଥିବା ଜାଣିଲେ ଲୋକ ପୁଣି ରାସ୍ତାକଡ଼କୁ ଯିବେ। ଯାହାର ଖାଦ୍ୟ ବା ବସ୍ତ୍ର ଦେବା କଥା ସେମାନେ ଆମ ସହ ଆଲୋଚନା କରନ୍ତୁ। ଆମକୁ ଆବେଦନ କଲେ ସେମାନଙ୍କୁ ସେହି ହିସାବରେ ଅନମୁତି ଦିଆଯିବ। ଉଲ୍ଲଂଘନ କଲେ ସରକାରଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

ପ୍ରକାଶ ଯେ, ଅନ୍ନପୂର୍ଣ୍ଣା ଯୋଜନାରେ ଖାଦ୍ୟ ମାଗଣା ନୁହେଁ ବୋଲି ହକିଲେ ସାଂସଦ ଅପରାଜିତା ସଂଷଙ୍ଗୀ। ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ ଦିଆଯିବ। ଏହା ବିଏମ୍‌ସିର କଟକଣା ଭିତରେ ଆସୁ ନାହିଁ। ଗତ କାଲି ବିନାନୁମତିରେ ମାଗଣା ଖାଦ୍ୟ ବଣ୍ଟନକୁ ବାରଣ କରିଥିଲା ବିଏମ୍‌ସି। ଏହି ପ୍ରତିବନ୍ଧକ ଲଗାଇଛି ବିଏମସି। ରାସ୍ତାକଡ଼ ଲୋକଙ୍କୁ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ନ ବାଣ୍ଟି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବାଣ୍ଟିବା ପାଇଁ କୁହାଯାଇଛି। ବିଏମସିର ଅନୁମତି ନେଇ ସଂସ୍ଥା କିମ୍ବା ବ୍ୟକ୍ତି ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ପାରିବେ ବୋଲି କୁହାଯାଇଛି।

Comments are closed.