Odisha Link
Bridging the Missing Links in Odisha

ଆଜି କଳାହାଣ୍ଡିରେ ରାଜ୍ୟ ସରକାରଙ୍କ ମେଗା ସୋ

କଳାହାଣ୍ଡି: ଆଜି କଳାହାଣ୍ଡିରେ ମେଗା ସୋ। କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ସମାବେଶରେ ଯୋଗ ଦେବେ। କଳାହାଣ୍ଡିବାସୀଙ୍କୁ ୨ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ଉପହାର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୫୪ଟି ପ୍ରକଳ୍ପର ଉଦଘାଟନ କରିବା ସହ ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିବେ।

ଆଜି ଦିନ ୯ଟା ୪୫ରେ ନବୀନ ନିବାସରୁ ବାହାରିବେ ମୁଖ୍ୟମନ୍ତ୍ରୀ। ୯ଟା ୫୫ରେ ବିଜୁପଟ୍ଟନାୟକ ବିମାନ ବନ୍ଦରରୁ କଳାହାଣ୍ଡି ଅଭିମୁଖେ ବାହାରିବେ। ଦିନ ୧୧ଟା ୨୫ରେ କନକପୁର ହେଲିପ୍ୟାଡରେ ପହଞ୍ଚି ମଙ୍ଗଳପୁର ଅପର ଇନ୍ଦ୍ରାବତୀ ପମ୍ପ ହାଉସ ସଭାମଞ୍ଚକୁ ଯିବେ। ମଞ୍ଚରୁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କନକପୁର ଠାରେ ମେଗା ସୋ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ୧୨ ଜଣିଆ ସ୍ୱାସ୍ଥ୍ୟ କର୍ମଚାରୀ ଟିମ ସ୍କ୍ରିନିଂ ଦାୟିତ୍ୱରେ ରହିବେ। ୫ଟି ଆମ୍ବିଲାନ୍ସ ସଭାସ୍ଥଳରେ ନିୟୋଜିତ ହେବ। ପାଖାପାଖି ୨୫୦୦ ଲୋକ ଏହି ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାଛଡା ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୟପାଟଣାରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ପୋଲିସ ପାଇଁ ମାସ୍କ ଓ ଫେସ ହେଲମେଟ ବାଧ୍ୟତାମୂଳକ କରାଯାଇଛି। ସେହିପରି ଲୋକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଆଣିବାର ନିୟମ ରଖାଯାଇଛି। ସ୍ୱାସ୍ଥ୍ୟ କର୍ମଚାରୀ ଓ ପୋଲସି ମିଳିତ ଭାବେ ଲୋକଙ୍କ ତାପମାତ୍ରା ଯାଞ୍ଚ କରିବେ। ବିନା ପାସରେ କାହାକୁ ଭିତରକୁ ଯିବାକୁ ଅନୁମତି ନାହିଁ।

Comments are closed.