Odisha Link
Bridging the Missing Links in Odisha

ଓଡ଼ିଶାରେ ମୋଦି ଏକ ନମ୍ବର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପରେ ଓଡ଼ିଶାରେ ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ତାଲିକା ମୋଦିଙ୍କ ନାଁ ରହିଛି। ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶାରେ ନରେନ୍ଦ୍ର ମୋଦି ପ୍ରଥମ ପସନ୍ଦଭାବେ ଉଭା ହୋଇଛନ୍ତି। ଆଇଏଏନଏସ-ସିଭୋଟର ସର୍ଭେରେ ଓଡ଼ିଶାବସୀଙ୍କ ପ୍ରଥମ ପସନ୍ଦ ମୋଦୀ। ପ୍ରଧାନମନ୍ତ୍ରୀଭାବେ କେଉଁ ପ୍ରାର୍ଥୀ ପସନ୍ଦ ସର୍ଭେରେ ମୋଦି ନଂ ୧ ସ୍ଥାନରେ ରହିଛନ୍ତି। ମୋଦିଙ୍କୁ ଓଡ଼ିଶାରେ ସର୍ବାଧିକ ୮୭.୦୧ ପ୍ରତିଶତ ଲୋକ ପସନ୍ଦ କରନ୍ତି।

ହିମାଚଳ ପ୍ରଦେଶରେ ଦ୍ୱିତୀୟ ସର୍ବାଧିକ ୮୧.୦୩ ପ୍ରତିଶତ ଲୋକ ପସନ୍ଦ କରନ୍ତି। ସେମିତି କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ପସନ୍ଦ କରିବାରେ ବି ଓଡ଼ିଶା ୧ ନମ୍ବର ସ୍ଥାନରେ ରହିଛି। ୭୫.୦୨ ଓଡ଼ିଶାବାସୀ କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ପସନ୍ଦ କରନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ପସନ୍ଦ କରିବାରେ ବି ଓଡ଼ିଶା ଦେଶରେ ନଂ ୧। ଓଡ଼ିଶାରେ ସର୍ବାଧିକ ୭୮.୦୫ ପ୍ରତିଶତ ଲୋକ ମୋଦୀଙ୍କ କାର୍ଯ୍ୟକୁ ପସନ୍ଦ କରନ୍ତି। ମୋଦୀଙ୍କ କାର୍ଯ୍ୟକୁ ପସନ୍ଦ କରିବାରେ ଗୋଆ ଦ୍ୱିତୀୟ ଓ ତେଲେଙ୍ଗାନା ତୃତୀୟ ସ୍ଥାନରେ ରହିଛି।

Comments are closed.