Odisha Link
Bridging the Missing Links in Odisha

ଫିଲ୍ମ ଷ୍ଟାଇଲରେ ଡ଼କାୟତଙ୍କୁ କାବୁ କଲା ପୋଲିସ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲୋଇସିଂଘା ଥାନା କୁଟାସିଂହା ଗାଁ ନିକଟରେ ଥିବା ଏକ ଜଙ୍ଗଲ ରାସ୍ତାରେ ପୋଲିସ ଡ଼କାୟତ ମୁହାଁମୁହିଁ ହୋଇଛନ୍ତି। ଲୋଇସିଂହା ନିକଟରେ ଦୁଇଭାଇ ବାଇକରେ ଯାଉଥିବା ବେଳେ ତାଙ୍କ ଠାରୁ ଲାପଟପ୍ ଲୁଟ୍ କରି ଫେରାର ହେଉଥିଲେ ୫ଜଣିଆ ଡ଼କାୟତ ଦଳ। ସୂଚନା ପାଇ ଲୋଇସିଂହ ପୋଲିସ ଡ଼କାୟତ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଛନ୍ତି।

ପ୍ରକାଶ ଯେ, କୁଟାସିଂହା ନିକଟରେ ଥିବା ଏକ ଜଙ୍ଗଲ ଭିତରେ ଡ଼କାୟତ ମାନେ ପୋଲିସ ଉପରକୁ ଗୁଳିମାଡ଼ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୋଲିସ ଏବଂ କୁଟାସିଂହା ଗାଁ ଲୋକେ ଘେରାବନ୍ଦୀ କରି ଡ଼କାୟତ ମାନଙ୍କୁ କାବୁ କରିଛନ୍ତି। ପରେ ଡ଼କାୟତ ମାନେ ପିସ୍ତଲ ଫିଙ୍ଗି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଦୁଇଜଣ ଡ଼କାୟତ ଫେରାର ହୋଇଥିବା ବେଳେ ୩ଜଣ ଡ଼କାୟତଙ୍କୁ କାବୁ କରି ଲୋଇସିଂହା ଥାନାରେ ଅଟକ ରଖିଛନ୍ତି ।

Comments are closed.