Odisha Link
Bridging the Missing Links in Odisha

ଅଭିନେତା ମହେଶ ମାଞ୍ଜରେକରଙ୍କ ନାଁରେ ଏତଲା

ମୁମ୍ବାଇ: ବଲିଉଡ଼ ଅଭିନେତା ମହେଶ ମାଞ୍ଜରେକରଙ୍କ ବିରୋଧରେ ମାମଲା ରୁଜ୍ଜୁ । ମହାରାଷ୍ଟ୍ର ପୁନେର ଜଣେ ବ୍ୟକ୍ତି ମାରିବା ଓ ଗାଳି ଗୁଲଜକୁ ନେଇ ତାଙ୍କ ବିରୋଧରେ ଥାନା ରେ ଏତଲା ଦେଇଥିଲା ।

ସୂଚନା ଅନୁସାରେ, ଅଭିଯୋଗକାରୀ କହିଛନ୍ତି ତାଙ୍କ କାର ମହେଶ ମାଞ୍ଜରେକରଙ୍କ କାର ସହ ଧକ୍କା ହୋଇଥିଲା। ଏହାପରେ ମହେଶ ମାଞ୍ଜରେକର କାରରୁ ଓହ୍ଲାଇ ତାଙ୍କୁ ଚାପୁଡ଼ା ମାରିବା ସହ ଗାଳିଗୁଲଜ ମଧ୍ୟ କରିଥିଲେ।

ଏହି ଘଟଣାଟି ପୁନେ-ସୋଲାପୁର ରାଜପଥରେ ଯାବତ ଗାଁ ନିକଟରେ ଘଟିଥିବା କଥା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ତେବ ମହେଶ ମାଞ୍ଜରେକରଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜ୍ଜୁ ହୋଇଛି।

ପୁଲିସ ସୂଚନା ଦେଇଛନ୍ତି, ଅଭିଯୋଗକାରୀ କୈଳାସ ସତପୁତେ ଅଭିଯୋଗ କରିଛନ୍ତି ଯେ ମହେଶ ମାଞ୍ଜରେକର ହଠାତ ବ୍ରେକ୍ ଦେଇଥିଲେ ଯେଉଁଥିପାଇଁ ତାଙ୍କ କାର ମହେଶ ମାଞ୍ଜରେକରଙ୍କ କାର ସହ ଧକ୍କା ହୋଇଥିଲା।

କାର ଧକ୍କା ହେବାପରେ ଅଭିନେତା କାରରୁ ଓହ୍ଲାଇ କୈଳାସଙ୍କ ସହ ଯୁକ୍ତିତର୍କ କରିଥିଲେ। ଯୁକ୍ତିତର୍କ ମଧ୍ୟରେ ମହେଶ ମାଞ୍ଜରେକର କୈଳାସଙ୍କୁ ଚାପୁଡ଼ା ମାରିଥିଲେ ଓ ଅସଭା ଭାଷାରେ ଗାଳିଗୁଲଜ କରିଥିଲେ।

Comments are closed.