Odisha Link
Bridging the Missing Links in Odisha

ସ୍କୁଲ ଫି ପାଇଁ ଜୀବନ ହାରିଲେ ଛାତ୍ରୀ, ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି: ସ୍କୁଲ ଫି ପାଇଁ ଜୀବନ ହାରିଲେ ଛାତ୍ରୀ। ଏପରି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୬୨ ଗାଁରେ। ସ୍ଥାନୀୟ ଏମଭି-୬୮ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲ ଫି ଦେଇନପାରି ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ ହେଲେ ଏମଭି-୬୨ ଗାଁର ବାଧଇ ଭକ୍ତଙ୍କ ଝିଅ ଆରତୀ।

ସ୍କୁଲ ଫି ପଇଠ ପାଇଁ ସମସ୍ତ ପିଲାଙ୍କୁ କୁହାଯାଇଥିଲା। ଆରତୀ ଏନେଇ ଘରେ ଜଣାଇ ଥିଲା, ଘରେ ଫି ଟଙ୍କା ପରେ ଦେବେ ବୋଲି କହିଥିଲେ। ଘରେ ସ୍କୁଲ ଫି ନଦେବାରୁ ଛାତ୍ରୀ ଜଣକ ନିରାଶ ହୋଇ କଇଲମେଟା ଗାଁର ସରକାରୀ ଛାତ୍ରୀ ନିବାସ ପଛପଟୁ ଚାଲି ଯାଇ ମହୁଲ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

Comments are closed.