Odisha Link
Bridging the Missing Links in Odisha

ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା, ୩ ଗିରଫ

ଭୁବନେଶ୍ବର: କେନ୍ଦୁଝରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ମାମଲାରେ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦୁଝର ପୁଲିସ। ଏହା ସହିତ ଆକ୍ରମଣ ସମୟରେ ବ୍ୟବହାର ହୋଇଥିବା ବୋଲେରୋ ଗାଡ଼ି ପୁଲିସ ଜବତ କରିଛି।

ପୂର୍ବରୁ ଏହି ମାମଲାରେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ସଂଜୟ ମହାନ୍ତିଙ୍କୁ ଗିରଫ କରାଯାଇଥିଲା। ଗତ ରବିବାର ରାତିରେ କେନ୍ଦୁଝରର କାଶିପୁର ନିକଟରେ ପିସିସି ସଭାପତିଙ୍କ ଗାଡିକୁ କିଛି ଯୁବକ ଆକ୍ରମଣ କରିଥିଲେ। ଏନେଇ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା।

Comments are closed.