Odisha Link
Bridging the Missing Links in Odisha

ସ୍କୁଲ ଫି କୋହଳ କରିବା ପାଇଁ ପରାମର୍ଶ ଦେଲେ ରାଜ୍ୟ ସରକାର, ୭ଟି ପର୍ଯ୍ୟାୟରେ ହେବ ଫି

ଭୁବନେଶ୍ୱର: ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେହିଁ ୭ଟି ସ୍ଲାବ୍‌ରେ ଫି’ କୋହଳ କରାଯିବ।

ଏଥିସହ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରା ନଯାଇ ପ୍ରକୃତ ସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ କୁହାଯାଇଛି। ୨୦୨୦-୨୧ ଶିକ୍ଷାବର୍ଷ ଲାଗି କୌଣସି ବି ବିଦ୍ୟାଳୟ ଫି ବୃଦ୍ଧି କରିପାରିବେ ନାହିଁ। ହଷ୍ଟେଲ ଫି ୩୦% ଛାଡ଼ ହେବ। ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍‌ଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫି, ରିଆଡମିସନ୍ ଫି’, ଡେଭଲପମେଣ୍ଟ ଫି, ଆନୁଆଲ ଫି ଆଦାୟ ନ କରିବାକୁ ବିଭାଗକୁ ପରାମର୍ଶ ଦିଆଯାଇଛି।

Comments are closed.