Odisha Link
Bridging the Missing Links in Odisha

ଆଜିଠାରୁ ୬ଟି ଦେଶକୁ ଟିକା ଯୋଗାଇବ ଭାରତ

ନୂଆଦିଲ୍ଲୀ: ଭାରତ ଆଜିଠାରୁ ପଡ଼ୋଶୀ ଦେଶକୁ କରୋନା ଟିକା ଯୋଗାଇବ। ନିଜର ଟିକା ଆବଶ୍ୟକତାକୁ ମେଣ୍ଟାଇବା ପରେ ପଡ଼ୋଶୀ ଦେଶ ବାଂଲାଦେଶ, ମାଳଦ୍ୱୀପ, ନେପାଳ, ଭୁଟାନ, ମିଆଁମାର ଓ ସିସିଲ୍ସକୁ କରୋନା ଟିକା ରପ୍ତାନୀ କରିବ ଭାରତ। ଏନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତକୁ ଟିକା ଯୋଗାଇ ଦେବାପାଇଁ ଏସବୁ ଦେଶ ଅନୁରୋଧ କରିଥିଲେ। ନିଜର ପଡୋଶୀ ଓ ଘନିଷ୍ଠ ବନ୍ଧୁରାଷ୍ଟ୍ରମାନଙ୍କ ଅନୁରୋଧ ରକ୍ଷା କରି ଆଜିଠାରୁ ୬ଟି ଦେଶକୁ ଟିକା ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପଡୋଶୀ ବନ୍ଧୁ ରାଷ୍ଟ୍ରଗୁଡିକର ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରିପାରୁଥିବାରୁ ଭାରତ ନିଜକୁ ଧନ୍ୟମନେ କରୁଛି।

ଟିକା ଯୋଗାଣ ପାଇଁ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ମୋରିସସ ମଧ୍ୟ ଭାରତକୁ ଅନୁରୋଧ କରିଛନ୍ତି। ସେଠାରେ ଭାରତୀୟ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିଲେ, ସେସବୁ ଦେଶକୁ ମଧ୍ୟ ଟିକା ଯୋଗାଣ ପ୍ରକ୍ରିୟା ଆରମ୍ଭ ହେବ।

Comments are closed.