Odisha Link
Bridging the Missing Links in Odisha

ନିୟମିତ ହେଲେ ହାଇସ୍କୁଲର ଚୁକ୍ତିଭିତ୍ତିକ ଶିକ୍ଷକ

ଭୁବନେଶ୍ବର: ରାଜ୍ୟର ହାଇସ୍କୁଲରେ ଶିକ୍ଷାଦାନ କରୁଥିବା ୩୮୮୪ଜଣ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯାଇଛି। ନିଯୁକ୍ତି ହେବାର ୬ବର୍ଷ ପୂରଣ କରିଥିବାରୁ ଏହି ଶିକ୍ଷକମାନଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମିତ କରାଯାଇଛି। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବା ଲାଗି ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା।

ଏନେଇ ରାଜ୍ୟ ସରକାର ପଦକ୍ଷେପ ସ୍ବରୂପ ସେମାନଙ୍କୁ ନିୟମିତ କରିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ୬ ବର୍ଷ ପୂରଣ କରିଥିବାରୁ ୩୮୮୪ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିୟମିତ ହୋଇଛନ୍ତି। ହାଇସ୍କୁଲରେ ଖାଲି ଥିବା ଶିକ୍ଷକ ପଦ ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି। ଅର୍ଥ ବିଭାଗରୁ ଅନୁମତି ମିଳିଥିବାରୁ ୪୮୦୦ ହିନ୍ଦୀ, ସଂସ୍କୃତ, ପିଇଟି ଶିକ୍ଷକ ପଦ ସୃଷ୍ଟି କରାଯିବ।

Comments are closed.