Odisha Link
Bridging the Missing Links in Odisha

ଭୟାନକ ସଡ଼କ ଦୁର୍ଘଟଣା, ଚାଲିଗଲା ୧୩ ଜଣଙ୍କ ଜୀବନ

କୋଲକାତା: ପଶ୍ଚିମବଙ୍ଗ ଜଲଫାଇଗୁଡ଼ିରେ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୩ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ କିଛି ଲୋକ ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ପ୍ରକାଶ ଯେ, ପଶ୍ଚିମବଙ୍ଗର ଜଳଫାଇଗୁଡ଼ି ନିକଟରେ ଏକ ପଥର ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଏକ କାର୍‌ ଓ ଟାଟା ମ୍ୟାଜିକ୍‌ ଭ୍ୟାନ୍‌ ଉପରେ ପଲଟି ଯାଇଛି । ଯାହାଫଳରେ କି ୧୩ଜଣଙ୍କର ଜୀବନ ଚାଲିଯାଇଛି। ଏପିରିକି କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଗୁରୁତର ଥିବା ବ୍ୟକ୍ତିଙ୍କ ମଧ୍ୟ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

Comments are closed.