Odisha Link
Bridging the Missing Links in Odisha

ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କଲେ ଗୌତମ ଗାମ୍ଭୀର

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଦେଶବ୍ୟାପୀ ଚାନ୍ଦା ଆଦାୟ କରାଯାଉଛି। ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗାମ୍ଭୀର ଏଥିରେ ସାମିଲ ହୋଇ ୧ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ଆଜି ଗୌତମ ଗାମ୍ଭୀର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସନ୍ଥମାନଙ୍କୁ ଭେଟି ନିଜ ତରଫରୁ ୧ କୋଟି ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି।

ରାମ ମନ୍ଦିର ଟ୍ରଷ୍ଟ ଏବଂ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଦେଶବ୍ୟାପୀ ଚାନ୍ଦା ଯୋଗାଣ ଅଭିଯାନ ଜାରି ରହିଛି। ଚାନ୍ଦା ଆଦାୟ ଅଭିଯାନ ଆରମ୍ଭ ହେବା ପରେ ଟ୍ରଷ୍ଟ ସଦସ୍ୟମାନେ ସର୍ବପ୍ରଥମେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ସହଯୋଗ ରାଶି ସଂଗ୍ରହ କରିଥିଲେ। ରାଷ୍ଟ୍ରପତି କୋବିନ୍ଦ ୫ ଲକ୍ଷ ଟଙ୍କା ସହଯୋଗ କରିଥିଲେ। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶର ଅନେକ ଧନୀ ବ୍ୟକ୍ତି ନିଜର ଯୋଗଦାନ କରିଛନ୍ତି।

Comments are closed.