Odisha Link
Bridging the Missing Links in Odisha

ଇରାକରେ ଆତ୍ମଘାତୀ ବିସ୍ଫୋରଣ: ୩୦ମୃତ, ୭୩ଆହତ

ଇରାକ: ଇରାକରେ ଆତ୍ମଘାତୀ ବିସ୍ଫୋରଣ। ଆଜି ଇରାକର ବାଘଦାଦରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଇରାକର ଖୋଲା ସ୍ଥାନରେ ଥିବା ଏକ କପଡ଼ା ମାର୍କେଟରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୩୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୩ଜଣ ଆହତ ହୋଇଛନ୍ତି।

କରୋନା କଟକଣା ହୋହଳ ହେବା ପରେ ବାଘଦାଦ ମାର୍କେଟରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଅଧିକ ଲୋକ ମାର୍କେଟରେ ଥିବାରୁ ୩୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ୩ବର୍ଷ ମଧ୍ୟରେ ଏହି ବିସ୍ଫୋରଣ ଅଧିକ ଭୟାବହ ଥିଲା ବୋଲି ଇରାକ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।

ସୂଚନା ମୁତାବକ, ଆତ୍ମଘାତୀ ବିସ୍ଫୋରଣକାରୀ ମାର୍କେଟରେ ପହଞ୍ଚିବା ପରେ ଲୋକଙ୍କୁ ଏକତ୍ରିତ କରିବା ପାଇଁ ଦେହ ଖରାପ ହେବାର ଅଭିନୟ କରିଥିଲା। ଲୋକେ ତାକୁ ଦେଖିବା ପାଇଁ ଭିଡ଼ ଜମାଇବା ପରେ ବିସ୍ଫୋରଣକାରୀ ବୋମା ଫୁଟାଇଥିଲା। ଏହା ଫଳରେ ବିସ୍ଫୋରଣକାରୀ ପାଖରେ ଥିବା ୩୦ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.