Odisha Link
Bridging the Missing Links in Odisha

୨୩ରେ କଲିକତା ଯିବେ ପ୍ରଧାନମନ୍ତ୍ରୀ ମୋଦି

ଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ କଲିକତା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ପାଳନ ହେବାକୁ ଥିବା ‘ପରାକ୍ରମ ଦିବସ’ ସମାରୋହରେ ସାମିଲ ହୋଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ପ୍ରଧାନମନ୍ତ୍ରୀ ଆସାମର ଶିବସାଗର ଅନ୍ତର୍ଗତ ଜେରଙ୍ଗା ପାଥର ଗସ୍ତ କରିବେ। ଯେଉଁଠାରେ ୧ ଲକ୍ଷ ୬ ହଜାର ଭୂମି ପଟ୍ଟା ବିତରଣ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପ୍ରକାଶ ଯେ, ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ଏବେଠାରୁ ପ୍ରତିବର୍ଷ ‘ପରାକ୍ରମ ଦିବସ’ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନେତାଜୀଙ୍କ ୧୨୫ତମ ଜୟନ୍ତୀ ଆସନ୍ତା ୨୩ ତାରିଖରେ ପାଳନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ଗତ ମଙ୍ଗଳବାର ସୂଚନା ଦେଇଥିଲେ। ଏହି ଅବରସରେ ପ୍ରଧାନମନ୍ତ୍ରୀ ନ୍ୟାଶନାଲ ଲାଇବ୍ରେରୀ ମଇଦାନରେ ଏକ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ। ୨୦୦ କଳାକାର ୪୦୦ ମିଟର ଲମ୍ବ କାନଭାସ୍‌ରେ ଚିତ୍ରକଳା ପ୍ରଦର୍ଶନ କରିବେ। ଏଥିରେ ନେତାଜୀଙ୍କ ଜୀବନଗାଥାକୁ ଦର୍ଶାଯିବ। ଅନ୍ୟପଟେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର କଟକରେ ନେତାଜୀଙ୍କ ଜନ୍ମସ୍ଥାନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

Comments are closed.