Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ସେବାୟତଙ୍କୁ ମିଳୁ ମାଗଣା ଟିକା

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣା କୋଭିଡ୍ ଟିକା ଦେବାକୁ ଅନୁରୋଧ। ମାଗଣା କୋଭିଡ୍ ଟିକା ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖି ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ସେବାୟତ ଓ ତାଙ୍କର ପରିବାରକୁ ମାଗଣା କୋଭିଡ୍ ଟିକା ଦେବା ପାଇଁ ଅନୁରୋଧ କରାଯାଇଛି।

ବିନା କୋଭିଡ୍‌ ରିପୋର୍ଟରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଆସୁଥିବାରୁ ସଂକ୍ରମଣ ଆଶଙ୍କା ରହିଛି। ଏଥିସହ ସେବାୟତଙ୍କ ସମେତ ପାଞ୍ଚଶହ କର୍ମଚାରୀଙ୍କୁ ମଧ୍ୟ ଟିକା ଦେବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ।

Comments are closed.