Odisha Link
Bridging the Missing Links in Odisha

ମଣ୍ଡି ଅବ୍ୟବସ୍ଥା ମନୁଷ୍ୟକୃତ: ସମୀର

ସମ୍ବଲପୁର: ବିଜେପିର ଚାଷୀ ସମାବେଶରେ ସଭାପତି ସମୀର ମହାନ୍ତିଙ୍କ ବକ୍ତବ୍ୟ ପ୍ରକାଶ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ସଭାପତି ସମୀର ମହାନ୍ତି। ଧାନ ମଣ୍ଡି ସମସ୍ୟା ମନୁଷ୍ୟକୃତ କହିଲେ ସମୀର ମହାନ୍ତି।

ମଣ୍ଡିରେ ଧାନ ବିକ୍ରି କରିନପାରି ହଜାର ହଜାର ବସ୍ତା ପଡ଼ି ରହିଛି। ଶୀତ କାକରରେ ପଡ଼ି ଚାଷୀ ରାତି ଅନିଦ୍ରା ହୋଇ ମଣ୍ଡି ସାମ୍ନାରେ ପଡ଼ିଛି। ଦିବ୍ୟ ସାହୁ ଟୋକନ ପାଇ ବି ଧାନ ବିକି ନପାରିବାରୁ ହୃଦଘାତରେ ପ୍ରାଣଗଲା। ସେ ଟୋକନ ପାଇ ବି ଧାନ ଦେଇ ନାହାନ୍ତି, କେମିତି କୋଟା ପୁରିଗଲା। ସରକାର କେଉଁ ଦିନ ଧାନ ଉଠାଇବେ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ। ସରକାର ତୁରନ୍ତ ଚାଷୀଙ୍କ ଧାନ ଉଠାନ୍ତୁ ବୋଲି ଦାବି କରିଛନ୍ତି ବିଜେପି ସଭାପତି ସମୀର ମହାନ୍ତି।

ସୂଚନଯୋଗ୍ୟ ଯେ, ସାରା ରାଜ୍ୟରେ ଚାଷୀଙ୍କ ଧାନ ବିକ୍ରି ପାଇଁ ବିଭିନ୍ନ ସମସ୍ୟା ଲାଗି ରହିଛି । ଚଳିତ ବର୍ଷ ମଣ୍ଡି ଖୋଲିବାଠୁ ନେଇ ବିଭିନ୍ନ ସମସ୍ୟା ଦେଖାଦେଇଛି । ଟୋକନ ଅବ୍ୟବସ୍ଥା, ମିଲର କଟନି ଛଟନି, ଟୋକନ ଲେପ୍ସ ହେବା ଏବଂ ମାସ ମାସ ଧରି ଧାନ ମଣ୍ଡିରେ ପଡ଼ି ରହିବା ଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ ।

ଏହାକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ସମ୍ବଲପୁର ଉତରାଂଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ୟ୍ୟାଳୟ ଘେରାଉ କରାଯିବ। ଏଥିରେ ୫ଟି ସଂସଦୀୟ କ୍ଷେତ୍ର ବା ୩୭ଟି ବିଧାନସଭା କ୍ଷେତ୍ରର ଚାଷୀଙ୍କ ସହ ବିଜେପି କର୍ମୀମାନେ ଯୋଗଦେବେ। ଏଥିପାଇଁ ଅଇଁଠାପାଲି ପିଏଚଡି ପଡ଼ିଆରେ ସାଧାରଣ ସଭାର ଅନୁଷ୍ଠିତ ହେଉଛି। ଏହାପରେ ମଧ୍ୟାହ୍ନରେ ବିଜେପି ଆରଡ଼ିସି ଅଫିସ ଘେରିବ।

Comments are closed.